ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ବାଣୀବିହାର ଡିଡିସିଇର ସିନିୟର ଆସିଷ୍ଟାଣ୍ଟ - Vigilance raid in bhubaneswar

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଣୀବିହାର ଡିଡିସିଇର ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ...

Vigilance raid at Vanibihar's DDCE senior assistant house
ଭିଜିଲାନ୍ସ ଜାଲରେ ବାଣିବିହାର ଡିଡିସିଇର ସିନିୟର ଆସିଷ୍ଟାଣ୍ଟ

By

Published : Dec 19, 2020, 1:54 PM IST

ଭୁବନେଶ୍ବର: ବାଣୀବିହାର ଡିଡିସିଇର ସିନିୟର ଆସିଷ୍ଟାଣ୍ଟ ଅଶୋକ କୁମାର ମିଶ୍ରଙ୍କ ବାସଭବନରେ ଶନିବାର ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରି ଏଯାବତ୍‌ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ।

ଭିଜିଲାନ୍ସ ଜାଲରେ ବାଣିବିହାର ଡିଡିସିଇର ସିନିୟର ଆସିଷ୍ଟାଣ୍ଟ

ସିନିୟର ଆସିଷ୍ଟାଣ୍ଟ ଅଶୋକ କୁମାର ମିଶ୍ରଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଅଶୋକଙ୍କ ମଞ୍ଚେଶ୍ବର ପାଣ୍ଡରାସ୍ଥିତ ଦୁଇ ମହଲା ଘର, ପଟିଆ ପ୍ରଶାନ୍ତ ବିହାରସ୍ଥିତ ଦୁଇ ମହଲା ଘର, ବାଣୀବିହାର କ୍ୟାମ୍ପସରେ ଥିବା ସରକାରୀ କ୍ବାଟର ସମେତ ତାଙ୍କ ଡିଡିସିଇ କାର୍ଯାଳୟରେ ମଧ୍ୟ ରେଡ ଜାରି ରଖିଛି।

ତେବେ ଭିଜିଲାନ୍ସର ଏହି ଚଢାଉ ବେଳେ ତମାଣ୍ଡୋ କଳିଙ୍ଗ ବିହାରରେ ମଧ୍ୟ ଅଶୋକଙ୍କ ଆଉ ଏକ ଦୁଇ ମହଲା ବିଶିଷ୍ଟ କୋଠାଘର ରହିଛି ବୋଲି ଜଣାପଡିଛି । ଖବର ମିଳିବା ପରେ ଭିଜିଲାନ୍ସ ଟିମ ସେଠାକୁ ଯାଇ ଛାନ୍‌ଭିନ କରିଛି । ତେବେ ରେଡ୍‌ ବେଳେ 3 ଲକ୍ଷ 55 ହଜାର ନଗଦ ଟଙ୍କା ଜବତ ହୋଇଛି ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ରେଡ ଜାରି ରଖିଛନ୍ତି ଭିଜିଲାନ୍ସ ଅଧିକାରୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details