ଓଡିଶା

odisha

ETV Bharat / state

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଏଆରଆଇ - ଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

ଉତ୍ତରାଧୀକାରୀ ପ୍ରମାଣପତ୍ର ଦେବା ପାଇଁ ଦଲାଲ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ତହସିଲର ଏଆରଆଇ ।

DOC Title * vigilance-dept-arrest-during-the-bribe-of-assistant-revenue-inspector-in-bolgad-tahasil
ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

By

Published : Nov 28, 2019, 5:36 PM IST

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ସହକାରୀ ରାଜସ୍ବ ନିରୀକ୍ଷକ । ଉତ୍ତରାଧୀକାରୀ ପ୍ରମାଣପତ୍ର ପାଇଁ ଦଲାଲ ମାଧ୍ୟମରେ ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ସରକାର ଦଲାଲ ମୁକ୍ତ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରି କାର୍ଯ୍ଯାନୁଷ୍ଠାନ କଲେ ମଧ୍ୟ ଦଲାଲରାଜ ହ୍ରାସ ପାଉନାହିଁ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ବୋଲଗଡ ତହସିଲ ଅନ୍ତର୍ଗତ ପିଚୁକୁଳି ସହକାରୀ ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଉତ୍ତରାଧିକାରୀ ପ୍ରମାଣପତ୍ର କରିବାପାଇଁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ସେହି ଅଂଚଳର ଅକ୍ଷୟ କୁମାର ରାଉତଙ୍କ ଠାରୁ ଦଲାଲ ମାଧ୍ୟମରେ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡି ଗିରଫ ହୋଇଛନ୍ତି । ଅକ୍ଷୟଙ୍କ ଜେଜେବାପା ଦୀର୍ଘ 20ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ରାଜସ୍ବ ଅଧିକାରୀ ୨ହଜାର ଟଙ୍କା ଦଲାଲ ମାଧ୍ୟମରେ ଦାବି କରୁଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ରାଜସ୍ବ ଅଧିକାରୀ ଧରାପଡି ଗିରଫ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details