ଭୁବନେଶ୍ବର:ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ' ଆଜି ଜୟଦେବ ଭବନରେ ଉଦଯାପିତ ହୋଇଛି । ସମାପନ ସମାରୋହରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଏବଂ ପ୍ରଧାନ ମହାଲେଖାକାର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
ପ୍ରଧାନ ମହାଲେଖାକାର ଭାରତରେ ଦୁର୍ନୀତିର ଲୋପ ପାଇଁ 3ସିର କାର୍ଯ୍ୟଧାରା ଓ ନିରପେକ୍ଷତା ଉପରେ ନିର୍ଭର କରେ ବୋଲି କହିଛନ୍ତି । ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅନୁଦାନର ସିଂହ ଭାଗକୁ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀ, ବାବୁ ଓ ନେତାମାନେ ହରିଲୁଟ କରୁଛନ୍ତି । ୩ଟି କେନ୍ଦ୍ରୀୟ ସଂସ୍ଥା ଯଥା ସିଏଜି, ସିବିଆଇ ଓ ସିଆଇଡିର ମିଳିତ କାର୍ଯ୍ୟକ୍ରମ ଆଗାମୀ ଦିନରେ ଭାରତକୁ ଦୁର୍ନୀତିମୁକ୍ତ କରିବା ସହ ବିକାଶଶୀଳ ଦେଶରୁ ଏକ ବିକଶିତ ଦେଶ ଭାବେ ରୂପାନ୍ତରିତ କରିପାରିବେ ।