ଓଡିଶା

odisha

ETV Bharat / state

ବନ୍ଧା ହେଲେ ନିଲମ୍ବିତ ଯୋଗାଣ ଅଧିକାରୀ, ସଞ୍ଚିଥିଲେ ଆୟଠୁ 280% ଅଧିକ ସମ୍ପତ୍ତି - ଆୟ ବର୍ହିଭୂତ ମାମଲା

ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ଆୟଠୁ ସଞ୍ଚିଥିଲେ 280% ଅଧିକ ସମ୍ପତ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 17, 2023, 4:33 PM IST

ଭୁବନେଶ୍ବର:ଗିରଫ ହେଲେ ନିଲମ୍ବିତ ନୟାଗଡ଼ର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ତାଙ୍କ ଘର ନିମାପଡ଼ା ସୁନୁଗୋରଡି ହେଲେ ଆୟ ବହିର୍ଭୂତ ସମ୍ପତ୍ତିରେ ଭୁବନେଶ୍ବରରେ ତିଆରି କରିଥିଲେ ବିଳାସପୂର୍ଣ୍ଣ ଘର । ଗୋଟିଏ କି ଦୁଇଟି ନୁହେଁ ୫ଟି ସ୍ଥାନରେ ସୁଉଚ୍ଚ କୋଠାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲା ଭିଜିଲାନ୍ସ । ତେବେ ନିଜ ଆୟଠାରୁ ପ୍ରାୟ 280 ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ସୂଚନା ମିଳିଛି ।

ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ରାଜାରାଣୀ କଲୋନୀରେ ଏକ କୋଠା ଯାହାକି ୮ହଜାର ସ୍କୋୟାର ଫୁଟରେ ତିଆରି କରିଥିଲେ । ଏଠାରେ ଘରର ଆସବାବପତ୍ର ଓ ସୌଖିନ ସାମଗ୍ରୀ ଦେଖି ଭିଜିଲାନ୍ସ ସମ୍ପତ୍ତି ଆକଳନ ବେଳେ ଦେଢ଼ କୋଟି ଟଙ୍କା ବୋଲି ଦର୍ଶାଇଛି । କେବଳ ସେତିକି ନୁହେଁ ଏହିପରି ଆୟଠାରୁ 280 ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ପ୍ରିଭେସନ ଅଫ କରପସନ ଆକ୍ଟ ବା ଦୁର୍ନୀତି ନିବାରଣ ଆଇନ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ

ଏହା ବି ପଢନ୍ତୁ- ଠାବ ହେଲାଣି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି, ଦେଢ କୋଟିର ଘର କରିଛନ୍ତି ପୂର୍ବତନ ଯୋଗାଣ ଅଧିକାରୀ

ଗିରଫ ପରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଏନେଇ ସୂଚନା ଦେଇଛି। ଭୁବନେଶ୍ବରରେ ୫ଟି କୋଠା ସହ ମୋଟ ୭ଟି ପ୍ଲଟର ସୁରାକ ପାଇଛି ଭିଜିଲାନ୍ସ ଟିମ । ୧୦ଟି ଦୋକାନ ଘର ସହ ୨ହାଜର ବର୍ଗଫୁଟର ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଠାବ ହୋଇଛି । ନିମାପଡ଼ାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ଠାବ ହେବା ସହ ଗୋଟିଏ ବୋଲେରୋ ଠାବ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ସେ ନିଜ ନାଁରେ ବ୍ୟାଙ୍କ ଡିପୋଜିଟ ୬୦ ଲକ୍ଷ ଟଙ୍କା ସମେତ ଇନ୍‌ସୁରାନ୍ସ ମଧ୍ୟ ୧୬ଲକ୍ଷରୁ ଊର୍ଦ୍ଧ୍ବ ହେବ ଯାହାକୁ ମିଶାଇ ପ୍ରାୟ ଦେଢ଼ କୋଟି ଟଙ୍କାର ସୁରାକ ପାଇଛି ଭିଜିଲାନ୍ସ ଟିମ । ରାଜାରାଣୀ ପାଖ ୟୁକୋ ବ୍ୟାଙ୍କ ଲକର‌ ଠାବ କରିଥିଲେ ।

ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ଯେଉଁଥିରୁ ୬୪୪ଗ୍ରାମର ସୁନା ଅଳଙ୍କାର ଠାବ ହୋଇଛି ଯାହାକୁ ଲୁଚାଇ ରଖିଥିଲେ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ତେବେ ଏନେଇ ଗତକାଲି ଗିରଫ ନୟାଗଡ଼ର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀଙ୍କର ଘରେ ଭିଜିଲାନ୍ସ ଟିମ ଏକକାଳୀନ ରେଡ ମାରିଥିଲା । ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ଏନେଇ ୨ଜଣ ଡିଏସପି ସମେତ ୬ଜଣ ଇନ୍ସପେକ୍ଟରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ଭୁବନେଶ୍ବର ଭିମଟାଙ୍ଗି ସ୍ଥିତ ହାଉସିଂ ବୋର୍ଡ କଲୋନି ସମେତ ରାଜାରାଣୀ କଲୋନିରେ ଥିବା ଦୁଇଟି ପ୍ଲଟରେ ଘର ।

ଓଲଡଟାଉନରେ ଏକ ଘର ସହ ନିଜ ଗାଁ ପାଖ ଖେଲାର‌ବଜାର ଉପରେ ମଧ୍ୟ ଏକ ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟାଙ୍କ ଭଡ଼ା ଦେଇଥିବା ଘର ମଧ୍ୟ ଠାବ କରିଥିଲେ‌ । ଏହା ସହିତ ନିଜ ଘର ତଥା ନିମାପଡ଼ା ସୁନୁଗୋରଡି ଘର ଓ ଫାର୍ମ ହାଉସରେ ଏକକାଳୀନ ଭାବେ ରେଡ କରିଥିଲେ । ସେ ଜଣେ ସମ୍ପର୍କୀୟ ଇନସୁରାନ୍ସ ଏଜେଣ୍ଟ ଜରିଆରେ ଇନସୁରାନ୍ସ ନିବେଶ କରିଥିଲେ ବୋଲି ଚଢ଼ାଉ ବେଳେ ଜଣାପଡ଼ିଛି । ତେବେ ଟଙ୍କା ଆଉ କେଉଁଠି ଉପାୟରେ କେଉଁଠି ନିବେଶ କରିଛନ୍ତି କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ତେବେ କୋର୍ଟ ଚାଲାଣ ପରେ ତାଙ୍କୁ ବିଚାର ବିଭାଗୀୟ ହାଜତ ଝାରପଡ଼ା ଜେଲକୁ ପଠାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details