ଖୋର୍ଦ୍ଧା : ମହଙ୍ଗା ପଡିଲା 6 ହଜାର ଟଙ୍କା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ । ଏହିପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ତହସିଲ ଅଞ୍ଚଳରେ । 6 ହଜାର ଟଙ୍କା ଲାଞ୍ଚ ନେଇ ରାଜସ୍ବ ନିରୀକ୍ଷକ ବିଶ୍ବଜିତ ବଡ଼ଜେନା ଭିଡିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି ।
ଭିଜିଲାନ୍ସ ଜାଲରେ ସରକାରୀ ବାବୁ - ବିଶ୍ବଜିତ ବଡ଼ଜେନା
ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ ବିଶ୍ବଜିତ ବଡ଼ଜେନା । 6 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ତାଙ୍କୁ ଭୁବନେଶ୍ବର ଏବଂ ଖୋର୍ଦ୍ଧା ଭିଡିନାଲ୍ସ ଟିମ ଗିରଫ କରିଥିବା ଜଣାପଡିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ବୋଲଗଡ଼ ବ୍ଲକ ଗେଡିଆପଲି ପଞ୍ଚାୟତ ଅନ୍ତର୍ଗତ ଗଉଡ଼ନୂଆ ଗାଁର ମୁରଲୀ ଦାସଙ୍କ 11ଟି ମିଉଟେସନ କେସ ଫଇସଲା କରାଇବା ପାଇଁ ଆରଆଇ ମହାଶୟ 6 ହଜାର ଟଙ୍କା ଲାଞ୍ଚ ନେବାକୁ ଡିମାଣ୍ଡ କରିଥଲେ । ସେ ଲଞ୍ଚା ନେବା ସମୟରେ ପୂର୍ବରୁ ଛକି ରହିଥିବା ଭୁବନେଶ୍ବର ଓ ଖୋର୍ଦ୍ଧା ଭିଡିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ