ନିଆଳି: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ହୀରାପୁରରେ ବେଧଡ଼କ ଭାବେ ଚାଲିଛି ବେଆଇନ କରତ କଳ(forest dept raid illegal saw mill in Balianta) । ଗୋଟିଏ କରତକଳ ଉପରେ ଚଢ଼ାଉ କରାଯାଉଥିବା ବେଳେ ନୂଆ କରତକଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପ୍ରଶ୍ନ କରିବାକୁ ଓଲଟା ସାମ୍ବାଦିକଙ୍କ ଉପରେ ରାଗିଗଲେ ବାଳକାଟି ରେଞ୍ଜ ବିଭାଗ ଅଧିକାରୀ ।
ହୀରାପୁରରେ ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ - ହୀରାପୁରରେ ବେଆଇନ କରତକଳ
ବାଲିଅନ୍ତା ଥାନା ହୀରାପୁରରେ ବେଧଡ଼କ ଭାବେ ଚାଲିଛି ବେଆଇନ କରତ କଳ (forest dept raid illegal saw mill in Balianta)। ଗୋଟିଏ କରତକଳ ଉପରେ ଚଢ଼ାଉ କରାଯାଉଛି । ଅଧିକ ପଢ଼ନ୍ତୁ
ହୀରାପୁରରେ ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ
ହୀରାପୁର ନିକଟରେ ଥିବା ଏକ ବେଆଇନ୍ କରତ କଳ ଉପରେ ମିଳିତ ଚଢ଼ାଉ କରିଥିଲା ବନ ବିଭାଗ ଓ ଭିଜିଲାନ୍ସ । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କା କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ କରତ କଳ ଚାଲିଛି । ଜନବସତି ମଧ୍ୟରେ ଏହି କରତକଳ ଚାଉଥିବାରୁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଏହି କରତ କଳ ଯୋଗୁଁ ସ୍ଥାନୀୟ ଜଙ୍ଗଲରେ କାଠ ମାଫିଆ ଗଛ କାଟି ପଦା କରିବାକୁ ବସିଲେଣି ।