ଓଡିଶା

odisha

ETV Bharat / state

୪ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା, ପ୍ରଥମେ ସମୀକ୍ଷା ପାଇଁ କହିଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି - ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି

ଏଣିକି ଛାତ୍ରଛାତ୍ରୀ ୩ବର୍ଷ ବଦଳରେ ୪ବର୍ଷ ସ୍ନାତକ ଶିକ୍ଷା ଗ୍ରହଣ କରିବେ (4 years Honours degree) । ଏହି ନୂଆ ନିୟମ ଆସିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି । ପ୍ରଥମେ ସମୀକ୍ଷା କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

୪ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା, ପ୍ରଥମେ ସମୀକ୍ଷା ପାଇଁ କହିଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି
୪ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା, ପ୍ରଥମେ ସମୀକ୍ଷା ପାଇଁ କହିଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି

By

Published : Dec 11, 2022, 6:23 PM IST

Updated : Dec 11, 2022, 7:33 PM IST

୪ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା, ପ୍ରଥମେ ସମୀକ୍ଷା ପାଇଁ କହିଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ଏଣିକି ପିଲାମାନେ ତିନି ବର୍ଷ ବଦଳରେ ଚାରି ବର୍ଷ ଅନର୍ସ ପାଠ ପଢିବେ (4 years Honours degree) । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଏନେଇ ୟୁଜିସି ପକ୍ଷରୁ ଆସନ୍ତାକାଲି ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ (Vice chancellor of Utkal University Binayak Ratha) । ଏହି ନିଷ୍ପତ୍ତି ତରବରିଆ ଭାବେ ନନେଇ ପ୍ରଥମେ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ତିନି ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବା ସହ ଅନର୍ସ ଡିଗ୍ରୀ ମଧ୍ୟ ଦିଆଯିବ । ଯେଉଁମାନେ ଅନର୍ସ ସହ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରିବେ, ସେମାନଙ୍କୁ ଡିଗ୍ରୀ ୱିଥ୍ ସ୍ପେଶାଲାଇଜେସନ୍ ସାର୍ଟିଫିକେଟ ମିଳିବ । ଯାହାକି ସେମାନଙ୍କୁ ପିଏଚ୍‌ଡିରେ ସହାୟକ ହେବ । ତେବେ ପିଲାଙ୍କ ଭିତରେ ୪ ବର୍ଷିଆ କୋର୍ସ ଫଳରେ ୟୁପିଏସସି ଏବଂ ଓପିଏସସି ପରୀକ୍ଷା ଦେବା ଲାଗି ବର୍ଷେ ସମୟ ନଷ୍ଟ ହେବ ବୋଲି ଆଶଙ୍କା ରହିଛି ।

ଏହା ବି ପଢନ୍ତୁ- cyclone mandous: ଦୁର୍ବଳ ହେଲା ବାତ୍ୟା, ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି

ଏପଟେ ପୂର୍ବତନ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ବିନୟକ ରଥ କହିଛନ୍ତି, " ତରବରିଆ ଭାବରେ ନିଷ୍ପତ୍ତି ନକରି ବିଭିନ୍ନ ଫୋରୋମ ସହ ଆଲୋଚନା କରିବା ଆବଶ୍ୟକ । ଯେଉଁ ନୂଆ ନିୟମ ବାହାରୁଛି ତାହାକୁ ପ୍ରଥମେ ରିଭିୟୁ କରିବା ଆବଶ୍ୟକ । ଯାହା ଫଳରେ ଜଣାପଡିବ ଯେଉଁ ନିୟମ ଆସୁଛି ତାହା କେତେ ସଫଳତା ପାଉଛି ଏବଂ ଆଗକୁ କେତେ ସଫଳତା ପାଇବ । ଯେଉଁ ନିୟମ ସଫଳତା ପାଇଛି ସେଥିରେ ଛାତ୍ର ଛାତ୍ରୀଙ୍କର ମତାମତ, ଶିକ୍ଷକ ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ମତାମତ ନେବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 11, 2022, 7:33 PM IST

ABOUT THE AUTHOR

...view details