ଓଡିଶା

odisha

ETV Bharat / state

ଆରମ୍ଭ ହେଲା କୁଳପତିଙ୍କ ସମ୍ମିଳନୀ, ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ପର୍କରେ ହେବ ଆଲୋଚନା - ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା

ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସଙ୍କ ସଭାପତିତ୍ୱରେ ଆରମ୍ଭ ହେଲା କୁଳପତି ସମ୍ମିଳନୀ । ଅଧିକ ପଢ଼ନ୍ତୁ

vice chancellor meeting
vice chancellor meeting

By ETV Bharat Odisha Team

Published : Nov 30, 2023, 1:27 PM IST

ଭୁବନେଶ୍ବର:ଆରମ୍ଭ ହେଲା କୁଳପତିଙ୍କ ସମ୍ମିଳନୀ । ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସ ଏହି ସମ୍ମିଳନୀରେ ସଭାପତିତ୍ୱ କରୁଛନ୍ତି । ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହେବ । ଏଥିସହ ପରୀକ୍ଷା ଆୟୋଜନ, ଫଳ ପ୍ରକାଶନ ଏବଂ ପ୍ରମାଣପତ୍ର ବିତରଣ ପ୍ରଭୃତିକୁ ପ୍ରାଥମିକତା ଦିଆଯିବ ।

ସେହିପରି ବିଶ୍ବବିଦ୍ୟାଳୟରେ ଗବେଷଣା କାର୍ଯ୍ୟକ୍ରମ, ଶୈକ୍ଷିକ ବାତାବରଣରେ ଉନ୍ନତି, ବିଶ୍ଵବିଦ୍ୟାଳୟରେ ସିଏଏସ୍ ପ୍ରମୋସନ୍ ଆୟୋଜନ ସମ୍ପର୍କରେ ଆଲୋଚନା କରାଯିବ । ଏହା ସହ ବିଭିନ୍ନ ପ୍ରସଙ୍ଗରେ କୁଳପତିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ପ୍ରଥମ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ହେବ Wi-Fi । ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ସେବା । ଛାତ୍ର ଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି ।

ଏହା ମଧ୍ଯ ପଢନ୍ତୁ- ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ଉତ୍ସବ, ଯୋଗଦେଇ ରାଜ୍ୟପାଳଙ୍କ କୁଳାଧିପତି ଭାବେ ପ୍ରଥମ ଭାଷଣ

ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍‌ଲାଇନରେ ଉପଲବ୍ଧ ରହିଛି । ମାଗଣା ଇଣ୍ଟରନେଟ୍‌ର ସୁବିଧା ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ । ଏଥିପାଇଁ କ୍ୟାମ୍ପସରେ ଓ୍ବାଇଫାଇ ନେଟୱର୍କ ଇନ୍‌ଷ୍ଟଲ୍‌ ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ଵବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରହିଛି । ରାଜ୍ୟର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ କଳାତ୍ମକ ଭିତ୍ତିଭୂମିର ସୁବିଧା ପ୍ରଦାନ କରି ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି । ଯାହାକି ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବାତାବରଣରେ ଉତ୍କର୍ଷତା ଆଣିବାରେ ଉପଯୋଗୀ ହୋଇପାରିଛି ।

ଅକ୍ଟୋବର 31 ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ ରଘୁବର ଦାସ । ରାଜଭବନ ସମ୍ମିଳନୀ କକ୍ଷରେ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ହେବା ପରେ ପ୍ରଥମ ଥର ପାଇଁ ସେ କୁଳପତିଙ୍କ ସମ୍ମିଳନୀରେ ସଭାପତିତ୍ୱ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ କୁଳପତିମାନଙ୍କ ସହ ଆଲୋଚନା କରିବେ ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details