ଓଡିଶା

odisha

ETV Bharat / state

ତବଲା ବାଦକ ଉମେଶ କରଙ୍କ ବିୟୋଗ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ - ତବଲା ବାଦକ ଉମେଶ କରଙ୍କ ବିୟୋଗ

ଆଉ ନାହାନ୍ତି ବିଶିଷ୍ଟ ତବଲା ବାଦକ ଉମେଶ କର । ୭୨ବର୍ଷ ବୟସରେ ତାଙ୍କ ନିଧନ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ତବଲା ବାଦକ ଉମେଶ କରଙ୍କ ବିୟୋଗ
ତବଲା ବାଦକ ଉମେଶ କରଙ୍କ ବିୟୋଗ

By

Published : Dec 8, 2022, 4:40 PM IST

ଭୁବନେଶ୍ବର:ଓଡ଼ିଶାର ବାଦ୍ୟ କିମ୍ବଦନ୍ତୀ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକ । ଆଜି (ଗୁରୁବାର) ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି । ଭାରତୀୟ ଶାସ୍ତ୍ରୀୟ ତବଲା ବାଦନ ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଥିଲେ ସେ । ବିଶିଷ୍ଟ ତାବଲା ବାଦକ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ତବଲା ବାଦକ ଉମେଶ କରଙ୍କ ବିୟୋଗ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ପଣ୍ଡିତ ଉମେଶ ଚନ୍ଦ୍ରଙ୍କ ଜନ୍ମ ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରତିଷ୍ଠିତ କଳାକାର ପରିବାରରେ ହୋଇଥିଲା। ତାଙ୍କର ପିତା ବାଦ୍ୟ ବିନୋଦ କ୍ଷେତ୍ରମୋହନ କର ଥିଲେ ଜଣେ ଖ୍ୟାତିସମ୍ପର୍ଣ୍ଣ ମର୍ଦ୍ଦଳ ଓ ତବଲା ବାଦକ। ମାଆ ପଦ୍ମାବତୀ କର ଥିଲେ ସିତାର ବାଦିକା। ପଣ୍ଡିତ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାକୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details