ଖୋର୍ଦ୍ଧା: ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଆରମ୍ଭ ହେବାକୁ ଯାଉଛି ଭେଇକିଲ ଅଣ୍ଡର ପାସ (vehicle underpass ) । ୭ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ । ଭେଇକିଲ ଅଣ୍ଡର ପାସର ନିର୍ମାଣ କାର୍ଯ୍ୟ ୧୫ ଦିନ ମଧ୍ୟରେ ଆରମ୍ଭ କରାଯିବ ଏବଂ ଜୁନ ମାସ 30 ତାରିଖ ମଧ୍ୟରେ ସରିବ । ଆଜି ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଗଡ଼ଖୋର୍ଦ୍ଧା ଛକଠାରେ ଆୟୋଜିତ ଏକ ସାଧାରଣ ସଭାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି l
ଗଡ଼ଖୋର୍ଦ୍ଧାରେ ତିଆରି ହେବ ଭେଇକିଲ ଅଣ୍ଡର ପାସ, ଖର୍ଚ୍ଚ ହେବ ୭ କୋଟି - ଭେଇକିଲ ଅଣ୍ଡର ପାସ୍
ଗଡ଼ଖୋର୍ଦ୍ଧା ଛକରେ ନିର୍ମାଣ ହେବ ଭେଇକିଲ ଅଣ୍ଡର ପାସ । ଏହା ବାବଦରେ ଖର୍ଚ୍ଚ ହେବ ୭ କୋଟି । ଅଧିକ ପଢନ୍ତୁ
ଗଡ଼ଖୋର୍ଦ୍ଧାରେ ତିଆରି ହେବ ଭେଇକିଲ ଅଣ୍ଡର ପାସ, ଖର୍ଚ୍ଚ ହେବ ୭ କୋଟି
ଖୋର୍ଦ୍ଧା ବିକାଶ ମଞ୍ଚ, ବାର ଆସୋସିଏସନ ଓ ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଦାବି ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତ୍ରୀ ନୀତିନ ଗଡ଼ଗରୀଙ୍କ ସହ ଆଲୋଚନା କରି ଏହି ଭେଇକିଲ ଅଣ୍ଡର ପାସକୁ ମଞ୍ଜୁର କରାଇଥିଲେ l ଏହି ଅବସରରେ ବାଟମଙ୍ଗଳା ବ୍ରିଜର ଉଚ୍ଚତା ବଢ଼ାଇବା ପାଇଁ ଏକ ଦାବିପତ୍ର ସାଂସଦ ଅପରାଜିତାଙ୍କୁ ବିକାଶ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିଲା l ସାଂସଦଙ୍କ ଏଭଳି ଜନହିତକର କାର୍ଯ୍ୟକୁ ଖୋର୍ଦ୍ଧାବାସୀ ସ୍ବାଗତ କରିଛନ୍ତି l
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ