ଓଡିଶା

odisha

ପରିବା ବଜାରରେ ତାଲା, ସ୍ଥାୟୀ ଥଇଥାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ପରିବା ବ୍ୟବସାୟୀ ସଂଘ

ସ୍ଥାୟୀ ଥଇଥାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ପରିବା ବ୍ୟବସାୟୀ ସଂଘ । ଅଧିକ ପଢ଼ନ୍ତୁ

By

Published : Mar 22, 2023, 8:47 PM IST

Published : Mar 22, 2023, 8:47 PM IST

vegetable traders association protest in khordha
ଖୋର୍ଦ୍ଧାରେ ପରିବା ବ୍ୟବସାୟୀ ସଂଘର ବିକ୍ଷୋଭ ପ୍ରଦର୍ଶନ

ଖୋର୍ଦ୍ଧାରେ ପରିବା ବ୍ୟବସାୟୀ ସଂଘର ବିକ୍ଷୋଭ ପ୍ରଦର୍ଶନ

ଖୋର୍ଦ୍ଧା: ପରିବା ପାଇଁ ଖୋର୍ଦ୍ଧା ସହରରେ ହାହାକାର । ପରିବା ବଜାରରେ ପଡିଛି ତାଲା । ଦୋକାନ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଖୋର୍ଦ୍ଧାର ପରିବା ବ୍ୟବସାୟୀ । ସ୍ଥାୟୀ ଥଇଥାନ ଦାବି କରି ପରିବା ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାସ୍ତା ଉପରେ ପଦଯାତ୍ରା କରି ପ୍ରକଟ କରିଛନ୍ତି ସେମାନଙ୍କର ଦାବି । ସ୍ଥାୟୀ ଥଇଥାନ ନେଇ ଧାରଣା ଦେବା ସହ ପୌରପରିଷଦ ଅଧିକାରିଣୀଙ୍କୁ ପରିବା ବ୍ୟବସାୟୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

କ୍ୟାବିନ ସହର ଖୋର୍ଦ୍ଧା, ସହରରେ ବହୁଳ କ୍ୟାବିନ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି । ଜିଲ୍ଲା ମାନ୍ୟତା ପାଇବା ଦିନ ଠାରୁ ଏହି ସମସ୍ୟା ଖୋର୍ଦ୍ଧାବାସୀଙ୍କ ପାଇଁ ସମସ୍ୟା ହୋଇରହିଛି । ମ୍ୟୁନିସିପାଲଟି ଟିକସ ଦେଇ ମଧ୍ୟ କ୍ୟାବିନେଟ ବ୍ୟବସାୟୀଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ଥଇଥାନ କରାଯାଇ ନଥିବାବେଳେ ଚିନ୍ତାରେ ପରିବା ବ୍ୟବସାୟୀ । ଅନେକ ସମୟରେ ଏହି ଉଠା ପରିବା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନ ଆସୁଥିବା ବେଳେ ଚିନ୍ତାରେ ରହୁଛନ୍ତି ପରିବା ବ୍ୟବସାୟୀ । ଥଇଥାନ ନକରି ଉଠାଇବା, ପ୍ରଶାସନର ଏହି ଯୋଜନାକୁ ବିରୋଧ କରିଛି ବ୍ୟବସାୟୀ ସଂଘ । ଏକ ବିରାଟ ଶୋଭାଯାତ୍ରାରେ ସମସ୍ତ ପରିବା ବ୍ୟବସାୟୀ ହାବେଳି ପଡିଆଠାରୁ ବାହାରି ପୌରପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ଅଧିକାରିଣୀ ରିଜୱାନା ଇରଫାନ ଶେଖଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ପରେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ସେପଟେ ଜମି ଅଧିଗ୍ରହଣ କରାଯାଇ ଥଇଥାନ କରାଯିବା ପାଇଁ ଟିଏଲସି ରୋଡ଼ ଠାରେ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପୌର ଅଧିକାରିଣୀ । ଦୀର୍ଘ ବର୍ଷ ହେବ ଖୋର୍ଦ୍ଧା ପୌରପରିଷଦର 540 କ୍ୟାବିନ ଥଇଥାନ ହୋଇପାରୁନି । ବ୍ୟବସାୟୀମାନେ ମୁଣ୍ଡ ପିଛା 3ହଜାର ଟଙ୍କା ଲେଖାଏଁ ଦେଇଥିଲେ । ମାତ୍ର ଥଇଥାନ ନକରି ପୌରପରିଷଦ ଦିନ ଗଡ଼ାଇ ଚାଲିଛି । କେବେ ହାବେଳି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ, କ୍ୟାବିନ ବେପାରୀ ଥଇଥାନ କେବେ ହେବେ ତାର ଉତ୍ତର କାହା ପାଖରେ ନାହିଁ । କ୍ୟାବିନ ସହର ଖୋର୍ଦ୍ଧା ଜବରଦଖଲକାରୀଙ୍କ କବଜାକୁ ଚାଲିଗଲାଣି । ଅସରାଏ ବର୍ଷା ହେଲେ ସହରରେ ଜଳନିଷ୍କାସନ ସମସ୍ୟା ସୃଷ୍ଟି କରୁଛି । ପୌରପରିଷଦ କ୍ୟାବିନ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଟିକସ ନେଇ ତା କାମ ସାରିଦେଇଛି । ଶହଶହ କ୍ୟାବିନ ବ୍ୟବସାୟୀ ରାସ୍ତା ଉପରେ ପସରା ମେଲାଇବା ଦ୍ବାରା ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ହାବେଳି ଥଇଥାନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସାୟୀ ମହାସଂଘ ଦାବି କରି ଆସୁଛନ୍ତି । ସେପଟେ ଉଠା ପରିବା ଦୋକାନୀଙ୍କୁ ଥଇଥାନ ପୂରଣ ପାଇଁ ପ୍ରସାଶନିକ ଅଧିକାରୀ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details