ଖୋର୍ଦ୍ଧା: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି । ଏପରି ଭାଇରାଲ ଭିଡିଓ ପାଇଁ ଘରୋଇ ହିଂସା ଲୋକଲୋଚନକୁ ଆସିପାରୁଛି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗ୍ରାମର ଜୈନିକ ବ୍ୟକ୍ତି ନିଜ ପତ୍ନୀକୁ ଘରୋଇ କଳହ ପାଇଁ ସର୍ବ ସମ୍ମୁଖରେ ମାଡ଼ ମାରୁଛନ୍ତି ତାହାର ଭିଡ଼ିଓ ଏବେ ଭାଇରଲ ହେଉଛି ।
ନୃଶଂସ ସ୍ୱାମୀର ଗାଁ ଦାଣ୍ଡରେ ସ୍ତ୍ରୀକୁ ମାଡ, ଭିଡିଓ ଭାଇରାଲ
ଗାଁ ଦାଣ୍ଡରେ ସ୍ତ୍ରୀକୁ ସ୍ୱାମୀର ମାଡ ମାରିବା ଭିଡ଼ିଓ ଭାଇରାଲ । ସର୍ବ ସମ୍ମୁଖରେ ଗାଁ ଦାଣ୍ଡରେ ସ୍ତ୍ରୀ କୁ ଏକ ବାଡ଼ିରେ ଅମାନବିକ ଭାବେ ପିଟି ଚାଲୁଥିବା ସ୍ବାମୀର ଏହି ଭିଡ଼ିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...
ନୃଶଂସ ସ୍ୱାମୀର ଗାଁ ଦାଣ୍ଡରେ ସ୍ତ୍ରୀକୁ ମାଡ ମାରିବା ଭିଡ଼ିଓ ଭାଇରାଲ
ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ କିପରି ନିଜ ସ୍ତ୍ରୀକୁ ଏଭଳି ଗାଁ ଦାଣ୍ଡରେ ମାଡ଼ ମାରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡ଼ିଓରେ ଥିବା ସମ୍ପୃକ୍ତ ମହିଳା ଜଣକ ଏପର୍ଯ୍ୟନ୍ତ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡିଛି । ତେବେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଜ ମାନବିକତା ଭୁଲି ସର୍ବସମ୍ମୁଖରେ ଏଭଳି ମାଡ଼ ମାରିବା କେତେ ଠିକ ?
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ