ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ନନ୍ଦନକାନନରେ ଉଦଘାଟନ ହେବ 3ଟି ପ୍ରକଳ୍ପ । ଶୁଭାରମ୍ଭ ହେବ ୱାଟଆପରେ ଟିକେଟ ଵୁକିଂ ବ୍ୟବସ୍ଥା । ନନ୍ଦନକାନନକୁ ରାଜ୍ୟ ସରକାରଙ୍କ ବିଶ୍ଵସ୍ତରୀୟ କରିବା ଲକ୍ଷ୍ୟ ରହିଥିବା ବେଳେ ନନ୍ଦନକାନନ ମଧ୍ୟରେ କରାଯାଉଛି ଅନେକ ପ୍ରକଳ୍ପ । ସେଥିରୁ ଆସନ୍ତାକାଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କିଛି ପ୍ରକଳ୍ପ ଉଦଘାଟନ କରିବେ ।
ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି 3 ଟି ଟାୱାର ବ୍ଲକ୍ (G + 2) ରେ 6 ଟି ଫରେଷ୍ଟର କ୍ବାର୍ଟର୍ସ। 12 ଟି ଫରେଷ୍ଟ ଗାର୍ଡ କ୍ବାର୍ଟର୍ସ। ପ୍ରି ପ୍ରାଇମେଟ ଏନକ୍ଲୋଜର କମ୍ପ୍ଲେକ୍ସ । MLCP ରେ ଲିଲି ପୋଖରୀର ସୌନ୍ଦର୍ଯ୍ୟକରଣ ଏହା ସହ ୱାଟ୍ସଆପ ଆଧାରରେ ଟିକେଟ ବୁକିଂର ସୁବିଧା ଆଦି ପ୍ରକଳ୍ପ ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ଅତିଥି । ନନ୍ଦନକାନନକୁ ଆସିଛନ୍ତି ୪ଟି ଓଟପକ୍ଷୀ । ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଆସିଲା 4ଟି ଓଟପକ୍ଷୀ ଆସିଛି । ନନ୍ଦନକାନନରେ ଓଟପକ୍ଷୀ ମାତ୍ର ୨ଟି ରହିଥିଲା । ବର୍ତ୍ତମାନ ପ୍ରଜନନ କରି ଏମାନଙ୍କର ବଂଶକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।