ଓଡିଶା

odisha

ETV Bharat / state

କାଲି ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ - ହାଓଡ଼଼ା ରୁ ପୁରୀ ମଧ୍ୟରେ ଟ୍ରାଏଲ ରନ

ଆସନ୍ତାକାଲି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ହାଓଡ଼଼ାରୁ ପୁରୀ ମଧ୍ୟରେ ହେବ ଟ୍ରାଏଲ ରନ । ହାଓଡ଼ାରୁ ସକାଳ ୬ଟା ୧୦ ମିନିଟରେ ଛାଡ଼ିବା ସହ ପୁରୀରେ ଦିନ ୧୨ଟା ୩୫ ମିନିଟରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ। ଅଧିକ ପଢନ୍ତୁ

Vande Bharat Express trial run
Vande Bharat Express trial run

By

Published : Apr 27, 2023, 10:03 PM IST

ଭୁବନେଶ୍ବର:ଆସନ୍ତାକାଲି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ। ହାଓଡ଼଼ା ରୁ ପୁରୀ ମଧ୍ୟରେ ହେବ ଟ୍ରାଏଲ ରନ । ହାଓଡ଼ାରୁ ସକାଳ ୬ଟା ୧୦ ମିନିଟରେ ଛାଡ଼ିବା ସହ ପୁରୀରେ ଦିନ ୧୨ଟା ୩୫ ମିନିଟରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ । ସେହିପରି ପୁନର୍ବାର ପୁରୀରୁ ଦିନ ୧ଟା ୫୦ ମିନିଟରେ ଛାଡ଼ି ହାଓଡ଼ାରେ ରାତି ୮ଟା ୩୦ ମିନିଟ ରେ ପହଞ୍ଚିବ । ତେବେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟି ହାୱଡାରୁ ଯାତ୍ରା ଆରମ୍ଭ କରିବା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ ଷ୍ଟେସନ ରେ ୨ ମିନିଟ ଲେଖାଁଏ ରହଣି କରିବ । ଏହା ପରେ ଭୁବନେଶ୍ବର, ଖୋର୍ଦ୍ଧାରେ ୨ ମିନିଟ ରହଣି କରିବା ପରେ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଖୁବ ଶୀଘ୍ର ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରାଥମିକ ଭାବରେ ଭୁବନେଶ୍ଵର ରୁ କିମ୍ବା ପୁରୀ ରୁ ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି ଟ୍ରେନ ଟି ହାୱଡା ଯାଏ ଗଡିବ। ତେବେ ଏହି ଟ୍ରେନ ୧୫ ଦିନ ମଧ୍ୟରେ ଗଡିବ ବୋଲି ସ୍ଥିର ହୋଇଥିବା ସହ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟି ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ରେଳ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିପାରନ୍ତି। ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ସେହପରି ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବ। ଏଥିସହ ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ।

ତେବେ ପୁରୀ ରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ ଜାରି କରାଯିବା ସହ ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିବାର ସମ୍ଭାବନା ରହିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ ମଧ୍ୟରେ ପୁରୀରୁ ହାୱଡା ପର୍ଯ୍ୟନ୍ତ ରହିବ। ଏହି ଟ୍ରେନ ଟି ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହଣି କରିବ । ପ୍ରତି ଷ୍ଟେସନରେ ଏହା ୫ ମିନିଟ ସମୟ ର ରହଣି କରିବ ବୋଲି ସୂଚନା ମିଳିଛି। ଆଗକୁ ଏହାର ସମୟ ସାରଣୀରେ ପରିବର୍ତ୍ତନ ହୋଇପାରେ ।

ପ୍ରକାଶ ଥାଉକି, ଗତକାଲି ଚେନ୍ନାଇ ରୁ କଲିକତା ଓ ଭୁବନେଶ୍ଵର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଦିନ ୨ ଟା ସମୟ ରେ ଯତ୍ରା କରିଥିଲା। ଯାହା ପ୍ରାଥମିକ ଭାବରେ ଜଣାପଡିଛି ଜେ, ଏହି ଟ୍ରେନ ଟି କଲିକତାକୁ ମେଣ୍ଟନାସ ପାଇଁ ଯାଇଥିଲା । ଏଥିସହ ଓଡ଼ିଶା ମଧ୍ୟରେ ଏହି ଟ୍ରେନ ଟି କୌଣସି ଷ୍ଟେସନ ରେ ଅଟକି ନାହିଁ । ଏହି ଟ୍ରେନ ଟି ଯେଉଁ ରେଳ ଲାଇନରେ ଯିବାର ଥିଲା ସେହି ଲାଇନ କୁ ସମ୍ପୂର୍ଣ ଭାବରେ ଖାଲି କରିଦିଆ ଯାଇଥିଲା। ଅର୍ଥାତ୍ ସେହି ସମୟରେ କୌଣସି ଟ୍ରେନ ସେହି ଲାଇନରେ ଚଳାଚଳ କରିନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details