ଓଡିଶା

odisha

ETV Bharat / state

ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ! - ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ

ଆସନ୍ତା ୧୫ ଦିନ ଭିତରେ ପୁରୀ-ହାୱଡା ମଧ୍ୟରେ ଚାଲିପାରେ ବନ୍ଦେ ଭାରତ ଏକ୍ସପ୍ରେସ । ଅଧିକ ପଢନ୍ତୁ

Vande Bharat Express Train
Vande Bharat Express Train

By

Published : Apr 26, 2023, 9:02 PM IST

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରାଥମିକ ଭାବରେ ଭୁବନେଶ୍ବରରୁ କିମ୍ବା ପୁରୀରୁ ଆରମ୍ଭ ହୋଇ ହାଓ୍ବଡା ଯାଏ ଗଡିବ ବୋଲି ସୂଚନା ମିଳିଛି। ତେବେ ଏହା ଓଡିଶା ଦେଇ 15 ଦିନ ମଧ୍ୟରେ ଗଡିବ ବୋଲି ସ୍ଥିର କରାଯାଇଥିବା ସୂଚନା ମିଳିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସଟି ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ରେଳ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିପାରନ୍ତି। ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବ। ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ।

ତେବେ ଆଜି ଚେନ୍ନାଇ ରୁ କଲିକତା ଓ ଭୁବନେଶ୍ଵର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଦିନ ୨ ଟା ସମୟରେ ପାସ କରିଛି। ଯାହା ପ୍ରାଥମିକ ଭାବରେ ଜଣାପଡିଛି ଜେ, ଏହି ଟ୍ରେନଟି କଲିକତା କୁ ଯାଞ୍ଚ ପାଇଁ ଯାଇଛି। ତେବେ ଓଡ଼ିଶା ମଧ୍ୟରେ ଏହି ଟ୍ରେନଟି କୌଣସି ଷ୍ଟେସନରେ ଅଟକି ନାହିଁ। ଏହି ଟ୍ରେନଟି ଯେଉଁ ରେଳ ଲାଇନରେ ଯିବାର ଥିଲା ସେହି ଲାଇନକୁ ସମ୍ପୂର୍ଣ ଭାବରେ ଖାଲି କରି ଦିଆଯାଇଥିଲା। ଅର୍ଥାତ୍ ସେହି ସମୟରେ କୌଣସି ଟ୍ରେନ ସେହି ଲାଇନରେ ଚଳାଚଳ କରିନଥିବା ସୂଚନା ମିଳିଛି।

ଏହା ମଧ୍ୟ ପଢନ୍ତୁ- Summer Cyclone Preparations Meeting: ମ୍ୟାନ ପାୱାର, ମେସିନାରୀ ଓ ମନିକୁ ଗୁରୁତ୍ୱ

ଏହା ମଧ୍ୟ ପଢନ୍ତୁ- Ratna Bhandar Issue: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ସେବାୟତ କହିଲେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ

ସୂଚନା ମୁତାବକ, ପୁରୀ ରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ ଜାରି କରାଯାଇଛି। ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିବାର ସମ୍ଭାବନା ରହିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ ମଧ୍ୟରେ ପୁରୀରୁ ହାୱଡା ପର୍ଯ୍ୟନ୍ତ ରହିବ। ଏହି ଟ୍ରେନ ଟି ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହଣି କରିବ । ପ୍ରତି ଷ୍ଟେସନରେ ଏହା ୫ ମିନିଟ ସମୟ ର ରହଣି କରିବ ବୋଲି ସୂଚନା ମିଳିଛି। ଆଗକୁ ଏହାର ସମୟ ସାରଣୀରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details