ଖୋର୍ଦ୍ଧା:ଖୋର୍ଦ୍ଧା ପୌରାଞ୍ଚଳରେ ୧୮ବର୍ଷ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଟୀକାକରଣ ନିମନ୍ତେ ପୌର ପରିଷଦ ତରଫରୁ ସହରର ୫ଟି ବିଦ୍ୟାଳୟରେ ଟୀକାକରଣ କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ଟିକାଦାନ କରାଯାଇଛି । ସୂଚନାନୁସାରେ ସମସ୍ତ ଟୀକାଦାନ କେନ୍ଦ୍ରକୁ ଟୀକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧା ପୌରାଞ୍ଚଳରେ ୧୮ରୁ ୪୪ ବର୍ଷ ଲୋକଙ୍କୁ ଟୀକାକରଣ - ସ୍ଲଟ ବୁକିଙ୍ଗ
ଟୀକାକରଣରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତାେଷ । ପୂର୍ବରୁ ସ୍ଲଟ ବୁକିଂ କରିଥିବା ଲୋକଙ୍କୁ ମିଳିଲା ଟିକା । ଅଧିକ ପଢନ୍ତୁ...
ଖୋର୍ଦ୍ଧା ପୌରାଞ୍ଚଳରେ ୧୮ରୁ ୪୪ବର୍ଷ ଲୋକଙ୍କୁ ଟୀକାକରଣ
ଟୀକା ନେବାକୁ ପୂର୍ବରୁ ସ୍ଲଟ ବୁକିଙ୍ଗ କରିଥିବା ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଟୀକା କେନ୍ଦ୍ରରେ ସାମାଜିକ ଦୁରତାର ଧଜିଆ ଉଡିଥିଲା । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ କୋଭିଡ୍ କଟକଣା ପାଇଁ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଲୋକମାନେ ଏହାକୁ ଖୋଲାଖୋଲି ଉଲଂଘନ କରିଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ