ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ। ଡକ୍ଟର ଧନ ସିଂ ରାୱତ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେ ଏଠାରେ ସ୍ୱାସ୍ଥ୍ୟ ସୁବିଧା ନେଇ ଅନୁଧ୍ୟାନ କରିଛନ୍ତି। ମାଗଣା ମେଡ଼ିସିନ, ଧାଡିରେ ଠିଆ ହୋଇ ମେଡ଼ିସିନ ନେବା, OT, 17 କୋଟି ବ୍ୟୟରେ ହୋଇଥିବା ମଡ୍ୟୁଲାର OTକୁ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ଜାଣିବା ପାଇଁ ବିଭିନ୍ନ ୱାର୍ଡ କାଜୁଆଲଟି ବୁଲି ଦେଖିଛନ୍ତି। ଏହାସହ ରାଜ୍ୟରେ ଥିବା BSKY ସ୍ୱାସ୍ଥ୍ୟ କାର୍ଡକୁ ବି ପ୍ରଶଂସା କରିଛନ୍ତି।
ଏଠାକାର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। BSKY ନେଇ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଧନ ସିଂହ ରାୱତ ଆଲୋଚନା କରି କହିଥିଲେ ଯେ, ରାଜ୍ୟ ସରକାର ଲୋକଙ୍କ ପାଇଁ ଆରମ୍ଭ କରିଥିବା ସ୍ଵାସ୍ଥ୍ୟ ସେବା ଯୋଜନା ଭଲ ସାବ୍ୟସ୍ତ ହୋଇପାରେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସାରା ଦେଶରେ କୋଟି କୋଟି ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ସମଗ୍ର ଦେଶରେ କୋଟି କୋଟି ଲୋକଙ୍କୁ ଫାଇଦା ଦେଉଛି।