ହାଇଦ୍ରାବାଦ: ଚଳିତ ମାସ ୬ ତାରିଖରେ ମଣିକୋଣ୍ଡାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳିବ ସାମାଜିକ ଅନୁଷ୍ଠାନ ଉତ୍କଳ ୟୁଥ ଆସୋସିଏସନ ହାଇଦ୍ରାବାଦ (Utkal Youth Association) । ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବାହାରେ ଏହି ଉତ୍ସବ ପାଳିତ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଲିଉଡ଼ ଜଗତର ସୁନାମଧନ୍ୟ ଅଭିନେତା ତଥା ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ (OFDC)ର ସଭାପତି କୁନା ତ୍ରିପାଠୀ ।
ଓଡିଶାର ସାଧାବପୁଅ (ବଣିକମାନେ) ସୁଦୂର ଯାଇ ପୂର୍ବ ଭାରତୀୟ ଦେଶ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାରେ ବାଣିଜ୍ୟ ବ୍ୟବସାୟ କରୁଥିଲେ । ଏହାଦ୍ବାରା ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ସ୍ଥାପନ ହେଉଥିଲା । ତେବେ ଇତିହାସକୁ ମନେ ପକାଇବା ତଥା କଳିଙ୍ଗର ଗୌରବମୟ ନୌବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ । ଏହାସହିତ ବଣିକମାନେ ଡଙ୍ଗାରେ ବ୍ୟବସାୟ କରୁବାକୁ ଯାଇଥାନ୍ତି ଏବଂ ସେମାନେ ଫେରିବା ପରେ ଓଡ଼ିଶାର ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରି ସ୍ବାଗତ କରିଥାନ୍ତି, ଯାହାକୁ 'ବୋଇତ ବନ୍ଦାଣ ଉତ୍ସବ' କୁହାଯାଏ ।
ରାଜ୍ୟରେ ଅନେକ ବଣିକ ପୁଅ ଇଣ୍ଡୋନେସିଆ ସମେତ ମାଲେସିଆ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, କମ୍ବୋଡ଼ିଆ, ଭିଏତନାମ ଭଳି ପୂର୍ବାଞ୍ଚଳ ଦେଶଗୁଡ଼ିକ ସମୁଦ୍ର ପଥରେ ଯାଇ ବାଣିଜ୍ୟ ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଥିଲେ । ଓଡ଼ିଶାର ଏହି ସଂସ୍କୃତିର ପ୍ରୋତ୍ସାହନ ଲାଗି ପଡୋଶୀ ରାଜ୍ୟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏହି ଉତ୍ସବ ପାଳିତ ହେଉଛି । ଓଡିଆଙ୍କ ଏହି ଗର୍ବ ଓ ଗୌରବମୟ ଇତିହାସକୁ ଉତ୍କଳ ୟୁଥ ଆସୋସିଏସନ ପକ୍ଷରୁ ପଡୋଶୀ ରାଜ୍ୟରେ ସେଲିବ୍ରେଟ କରାଯିବ ।
କାର୍ଯ୍ୟକ୍ରମର ସୂଚୀ:-