ଓଡିଶା

odisha

By

Published : May 12, 2023, 11:25 AM IST

ETV Bharat / state

ନାକ ଗ୍ରେଡରେ ବାଧକ ଶିକ୍ଷକ ସଙ୍କଟ, ଖାଲି ପଡିଛି ଶହ ଶହ ଅଧ୍ୟାପକ ପଦବୀ

ଉତ୍କଳ ବିଶ୍ବବିଦ୍ୟାଳୟର ନାକ ଗ୍ରେଡ୍ ଏ+ ରୁ ଏକୁ ଖସିବା ପରେ ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟ ଏବେ ଚିନ୍ତା ବଢ଼ିଛି । ନାକ ଗ୍ରେଡ୍ ହ୍ରାସ ପାଇବାରେ ଶିକ୍ଷକ ସଙ୍କଟରୁ ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

ନାକ ଗ୍ରେଡରେ ବାଧକ ଶିକ୍ଷକ ସଙ୍କଟ
ନାକ ଗ୍ରେଡରେ ବାଧକ ଶିକ୍ଷକ ସଙ୍କଟ

ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟର ନାକ ଗ୍ରେଡ୍ ଏ+ରୁ ଏକୁ ଖସିବା ପରେ ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟ ଏବେ ଚିନ୍ତା ବଢ଼ିଛି । ନାକ ଗ୍ରେଡ୍ ହ୍ରାସ ପାଇବାରେ ଶିକ୍ଷକ ସଂକଟକୁ ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି । ବର୍ଷ ବର୍ଷ ଧରି ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତି ହେଉନାହିଁ । ଏଥିସହ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଷ୍ଟ ପ୍ରଫେସର ଅଧାରୁ ଅଧିକ ଖାଲି ପଡ଼ି ରହିଛି । ରାଜ୍ୟର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟରେ ପାଖାପାଖି ଏକ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଛି । ଉତ୍କଳ ବିଶ୍ବବିଦ୍ୟାଳୟରେ ୨୫୭ ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦରୁ ୧୨୯ ଏବଂ ୯୮୦ ଅଣଶିକ୍ଷକ ପଦରୁ ୬୬୭ ଖାଲି ରହିଛି ।

ସେହିପରି ରେଭେନ୍ସାରେ ୨୬୭ ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦରୁ ୧୫୩, ସମ୍ବଲପୁରରେ ୧୫୩ରୁ ୯୯, ବ୍ରହ୍ମପୁରରେ ୧୯୬ରୁ ୮୬, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୪୫ରୁ ୧୯, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ୧୪୪ରୁ ୭୦, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ରୁ ୭୮, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ରୁ ୪୪, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୧୧୫ରୁ ୭୬, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୨୬ରୁ ୧୦୬, କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ୧୧୨ରୁ ୯୫ ଏବଂ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ୫୦ରୁ ୫୦ ଶିକ୍ଷକ ପଦ ଖାଲି ପଡ଼ିଛି ।

ତେବେ ରାଜ୍ୟରେ ୧୨ ବିଶ୍ବବିଦ୍ୟାଳୟରେ ମଞ୍ଜୁରୀ ପ୍ରାପ୍ତ ୨୬୩୯ ଅଣଶିକ୍ଷକ ପଦରୁ ୧୫୩୪ ପଦ ଖାଲି ରହିଛି । କେବଳ ଶିକ୍ଷକ, ଅଣଶିକ୍ଷକ ନୁହେଁ ପ୍ରଫେସର ପଦ ବି ସବୁଠି ଖାଲି । ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ ମିଶାଇ ମୋଟ୍ ୨୫୭ ମଞ୍ଜୁରିପ୍ରାପ୍ତ ପଦ ରହିଛି । ହେଲେ ଖାଲିପଡ଼ିଛି ୧୨୯ ପଦ ।

ତେବେ ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଯେଭଳି ଭାବରେ ଗ୍ରେଡ କମିଛି ତାହାର ପ୍ରମୁଖ କାରଣ ଅଧ୍ୟାପକ ପଦବୀ ପୂରଣ ନ ହେବା । ବାକି ଅନ୍ୟ କାରଣ ରହିଛି ଛାତ୍ର ନିର୍ବାଚନ, ଅନ୍ତର୍ଜାତୀୟ ସେମିନାର ଏବଂ ଗବେଷଣା ଆଦି ଉପରେ ହେଉନଥିବା ଜଣାପଡିଛି । ଯାହା ଫଳରେ ଉତ୍କଳରେ ନାକ ଗ୍ରେଡ କମିଛି । ତେବେ ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରସ୍ତୁତ ରହିଛି । ଯେଉଁ ସମସ୍ତ ଭୁଲ ଦେଖା ଦେଇଛି ଉତ୍କଳ ଠାରେ ତାହାକୁ ଆମେ କିଭଳି ସଜାଡ଼ିବା ସେନେଇ ମଧ୍ୟ ପ୍ରସ୍ତୁତ ଆରମ୍ଭ କରିଛି ରମାଦେବୀ । ତେବେ ରମାଦେବୀରେ ୫୦ ପ୍ରତିଶତ ଅଧ୍ୟାପକ ରହିଛନ୍ତି । ଯାହା ଆହୁରି ଅଧ୍ୟାପକ ପଦବୀ ପୂରଣ କରିବା ଆବଶ୍ୟକ । ଏହା ସହ ଆର୍ଥିକ ଅନଗ୍ରସର ଛାତ୍ରୀ ମାନେ ସେମାନେ ସ୍ନାତକ ପରେ ପରେ କିଭଳି ଭାବରେ ଚାକିରି କରିପାରିବେ ସେନେଇ ଘରୋଇ ସଂସ୍ଥା ସହ ଆଲୋଚନା କରୁଛନ୍ତି କୁଳପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details