ଓଡିଶା

odisha

ETV Bharat / state

ଉତ୍କଳ ବିଶ୍ବବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କ ଏଣ୍ଟ୍ରି ନିଷେଧ ପାଇଁ ଖୁବଶୀଘ୍ର ପଦକ୍ଷେପ - ଉତ୍କଳ ବିଶ୍ୱବିଦ୍ୟାଳୟର 52 ତମ ସମାବର୍ତ୍ତନ ଉତ୍ସବ

ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କ ରାଜ । ଉତ୍କଳ ବିଶ୍ବବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କୁ କ୍ୟାମ୍ପସ ମଧ୍ୟକୁ ପ୍ରବେଶ ନିଷେଧ ପାଇଁ ଖୁବ ଶୀଘ୍ର ନିଆଯିବ ପଦକ୍ଷପ । ଅଧିକ ପଢ଼ନ୍ତୁ

utkal university
ଉତ୍କଳ ବିଶ୍ବବିଦ୍ୟାଳୟ

By

Published : Dec 23, 2022, 9:13 AM IST

ସମସ୍ୟା ଘେରରେ ସର୍ବପୁରାତନ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:ରାଜ୍ୟର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ । ଶିକ୍ଷାର ସୁବ୍ୟବସ୍ଥା, ଅଧ୍ୟୟନର ଅନୁକୂଳ ପରିବେଶ ଅଟେ । ଉଚ୍ଚତର ଗବେଷଣା ଲାଗି ଉପଯୁକ୍ତ କ୍ଷେତ୍ର ଅନୁଧ୍ୟାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍‍ ଏ+ ମାନ୍ୟତା ମିଳିଛି । ହେଲେ ଏବେ ବି ସମସ୍ୟା ଘେରରେ ଉତ୍କଳ ବିଶ୍ବବିଦ୍ୟାଳୟ । କିଛି ଅସାମାଜିକ ବ୍ୟକ୍ତିଙ୍କ ଅନୁପ୍ରବେଶ କ୍ୟାମ୍ସ ପାଇଁ ସମସ୍ୟା ସୃଷ୍ଟି କରିଛି । ବିଏମସି ଏବଂ ପୋଲିସ ପ୍ରଶାସନ ସହାୟତାରେ କ୍ୟାମ୍ପସ ଭିତରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡାରାଜକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବିଶ୍ବବିଦ୍ୟାଳୟ କୁଳପତି ସୂଚନା ଦେଇଛନ୍ତି ।

2022 ଏନ୍‍ଆଇଆର୍‍ଏଫ (NIRF) ରାଙ୍କିଂରେ 88 ତମ ସ୍ଥାନ ପାଇଛି ଉତ୍କଳ ବିଶ୍ବବିଦ୍ୟାଳୟ । ଓଡ଼ିଶାରେ ନାକ୍‍ ଏ+ ମାନ୍ୟତା ପାଇବାରେ ଉତ୍କଳ ପ୍ରଥମ ବିଶ୍ୱବିଦ୍ୟାଳୟ । ଏହା ସହ ଦେଶରେ ବେଷ୍ଟ ପବ୍ଲିକ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି । ହେଲେ ଏବେ ବି ବିଭିନ୍ନ ସମସ୍ୟା ଘେରରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଅସାମାଜିକ ବ୍ୟକ୍ତିମାନେ କ୍ୟାମ୍ପସ ମଧ୍ୟକୁ ଅନୁପ୍ରବେଶ, ବେଆଇନ ଭାବରେ ଦୋକାନ ଖୋଲିବା, ଏହାସହ ହଷ୍ଟେଲରେ ମଧ୍ୟ ଅନେକ ସମସ୍ୟା ଲାଗି ରହିଛି ।

ବିଭିନ୍ନ ସମୟରେ ଦେଖାଦେଉଛି ଯେ, ବାଣୀବିହାର ଛକ ନିକଟରୁ ବିଶ୍ୱବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ଏକ ପ୍ରକାରର ବିପଦପୂର୍ଣ୍ଣ ହୋଇଯାଇଛି । ଜାତୀୟ ରାଜପଥ ଥିବାରୁ ପିଲାମାନେ ରଙ୍ଗ ରୁଟରେ ଯିବା ଆସିବା କରୁଛନ୍ତି । ତେବେ ବିଶ୍ବବିଦ୍ୟାଳୟର ମୁଖ୍ୟ ଗେଟ କେବେ କରାଯିବ ? କାରଣ ବିଶ୍ବବିଦ୍ୟାଳୟର ଗୋଟିଏ ଗେଟ ଛାଡି ଦେଲେ ବାକି ଗେଟ ସବୁ ବନ୍ଦ ରଖାଯାଇଛି । ଏନେଇ ବିଶ୍ବବିଦ୍ୟାଳୟ କୁଳପତି କହିଛନ୍ତି, " ଅସାମାଜିକ ବ୍ୟକ୍ତିଙ୍କ ଅନୁପ୍ରବେଶକୁ ବନ୍ଦ କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ବିଭିନ୍ନ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମେ ବିଶ୍ବବିଦ୍ୟାଳୟର ପାଚେରି ବନ୍ଦ କରାଯିବ । କ୍ୟାମ୍ପସ ସୁରକ୍ଷା ନେଇ ପୋଲିସ ଏବଂ ବିଏମସି ସହାୟତା ଲୋଡ଼ାଯିବ।"

ଏହାରି ମଧ୍ୟରେ ଆଜି (ଶୁକ୍ରବାର) ଉତ୍କଳ ବିଶ୍ୱବିଦ୍ୟାଳୟର 52 ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମାବର୍ତ୍ତନ ଉତ୍ସବରେ 2021-22 ପାଇଁ ମୋଟ 163 ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ଏବଂ 99 ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସେହିପରି ଡିଏସି ଏବଂ ଡିଲିଟ ଡିଗ୍ରୀ ଜଣଙ୍କୁ ଲେଖାଏଁ ପ୍ରଦାନ କରାଯିବ । ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଅର୍ଥରାଶୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଲ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ।

ଅନ୍ୟପଟେ ସମାବର୍ତ୍ତନ ଉତ୍ସବକୁ ସ୍ଵାଗତ କରିବା ଅପେକ୍ଷାରେ ରହିଥିବା ବେଳେ ଅନେକ ସମସ୍ୟାରେ ଗତି କରୁଛି ଏହି ପୁରୁଣା ବିଶ୍ୱବିଦ୍ୟାଳୟ । ଅନ୍ୟପଟେ ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେନାହିଁ । ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବାତିଲ କରିଥିଲେ ରାଷ୍ଟ୍ରପତି । ୟୁଜିସି ଗାଇଡଲାଇନ ଅନୁସାରେ ଡିସେମ୍ବର ମାସରେ ହିଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ କରାଯିବ ବୋଲି କହିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details