ଓଡିଶା

odisha

ETV Bharat / state

ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିଲା ୮୦ ତମ ପ୍ରତିଷ୍ଠା ଦିବସ - ପ୍ରତିଷ୍ଠା ଦିବସ ପାଳିଲା ଉତ୍କଳ ବିଶ୍ଵବିଦ୍ୟାଳୟ

୮୦ ତମ ପ୍ରତିଷ୍ଠା ଦିବସ ପାଳିଲା ଉତ୍କଳ ବିଶ୍ଵବିଦ୍ୟାଳୟ । ରାଜ୍ୟର ସର୍ବ ପୁରାତନ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଭୁବନେଶ୍ଵର AIIMS ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିଲା ୮୦ ତମ ପ୍ରତିଷ୍ଠା ଦିବସ
ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିଲା ୮୦ ତମ ପ୍ରତିଷ୍ଠା ଦିବସ

By

Published : Nov 27, 2022, 8:07 PM IST

ଭୁବନେଶ୍ବର: ୮୦ ତମ ପ୍ରତିଷ୍ଠା ଦିବସ ପାଳିଲା ଉତ୍କଳ ବିଶ୍ଵବିଦ୍ୟାଳୟ । ଏହା ରାଜ୍ୟର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ । ଉତ୍କଳ ବିଶ୍ବବିଦ୍ୟାଳୟ ଏହାରି ଭିତରେ ଅନେକ ଉନ୍ନତି କରିଥିବାବେଳେ NAAC A+ ମାନ୍ୟତା ମଧ୍ୟ ପାଇଛି । ଆଗକୁ ଯେପରି NAAC A++ ପାଇବ ସେନେଇ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରିଛି । ଆଗକୁ ନୂଆ ଶିକ୍ଷା ନୀତି ଆଧାରରେ ଅନେକ ଯୋଜନା କରିବା ସହ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଚେଷ୍ଟା କରି ଆସୁଛି ଉତ୍କଳ ବିଶ୍ବବିଦ୍ୟାଳୟ ।

ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିଲା ୮୦ ତମ ପ୍ରତିଷ୍ଠା ଦିବସ

ତେବେ ଆଜିର ଏହି ଗୌରବମୟ ଅବସରରେ ଭୁବନେଶ୍ଵର AIIMS ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୨ ଘଣ୍ଟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ପୁରସ୍କାର ବିତରଣ କରିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଏହା ସହ ରିସର୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଦିଗରେ ଅଧିକ ଗୁରୁତ୍ଵ ମଧ୍ୟ ଦିଆଯାଉଥିବା ପ୍ରକାଶ କରିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ NIRF ମୂଲ୍ୟାୟନ ଅନୁକ୍ରମେ ୮୮ ତମ ସ୍ଥାନରେ ସ୍ଥାନିତ ହେବାର ଗୌରବ ହାସଲ କରିଥିଲା ଉତ୍କଳ ବିଶ୍ଵବିଦ୍ୟାଳୟ । ଶିକ୍ଷା ପ୍ରାଦାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଳାସରୁମର ସୁବିଧା ପ୍ରଦାନ କରାଯାଇଛି । ଇ-ରିସୋର୍ସକୁ ବ୍ୟବହାର କରିବା ପାଇଁ ଇ-ଲାଇବ୍ରେରୀ ସୁବିଧା କାର୍ଯ୍ୟକାରୀ କରାଯିବା ସହ ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଭର୍ଚୁଆଲ ଟ୍ୟୁଟୋରିଆଲ ଲ୍ୟାବର ସୁବିଧା କରାଯାଇଛି । ଆନ୍ତଃ ବିଭାଗୀୟ ଗବେଷଣା, ଅଧିକ ସହଭାଗିତା ଏବଂ ଗବେଷଣାତ୍ମକ ପାଣ୍ଠିର ପ୍ରୋତ୍ସାହନ ପାଇଁ OHEPEE ଏବଂ RUSA କାର୍ଯ୍ୟକ୍ରମ ମାଧ୍ୟମରେ ୧୦ଟି ସେଣ୍ଟର ଅଫ ଏକ୍ସଲେନ୍ସ ସଫଳତା ଭାବରେ କାର୍ଯ୍ୟ କରୁଛନ୍ତି ।

AIIMS ନିର୍ଦ୍ଦେଶକ କହିଛନ୍ତି, "AIIMS ସହ ଉତ୍କଳ ବିଶ୍ବବିଦ୍ୟାଳୟ ଏକ ଚୁକ୍ତି ସ୍ଵାକ୍ଷର କରି ଗବେଷଣା ଦିଗକୁ ତ୍ଵାରାନ୍ୟୁତ କରାଯାଉ ।" ଏହାସହ ଆଗାମୀ ଦିନରେ ବିଶ୍ଵର ସର୍ବଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ଷାତି ଅର୍ଜନ କରିବ ବୋଲି କହିଛନ୍ତି AIIMS ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ । ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି, "ମାର୍କ ନୁହେଁ ଟାଲେଣ୍ଟ ପଛରେ ପିଲାମାନେ ରହିବା ଆବଶ୍ୟକ । ସାର୍ଟିଫିକେଟ ପଛରେ ନପଡି ଜ୍ଞାନ ଆହାରଣ କରିବା ଦ୍ଵାରା ଜଣେ ଛାତ୍ରର ବ୍ୟକ୍ତିତ୍ବ ବିକାଶ ହେବ ।" ତେବେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲେକ୍ଷେ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ମନ୍ତ୍ରୀ ଉପସ୍ଥିତ ନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details