ଓଡିଶା

odisha

ETV Bharat / state

ପୁଣି ଓଡ଼ିଶା ପ୍ରଯୋଜକଙ୍କ ମଧ୍ୟରେ କଟାକଟି, କିଏ କହୁଛି ସତ ? - ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ

ବିବାଦ ଘେରରେ ପୁଣି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ । ନୂଆ ବୋର୍ଡ ମେମ୍ବର ଘୋଷଣା ହେବା ପରେ ପ୍ରଯୋଜକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଓଡିଶା ପ୍ରଡ୍ୟୁସର ଆସୋସିଏସନ ଏହାକୁ ବେଆଇନ ସଂଘ ବୋଲି କହି ବିରୋଧ କରିଛି । ଅଧିକ ପଢନ୍ତୁ

ପୁଣି ଓଡ଼ିଶା ପ୍ରଯୋଜକଙ୍କ ମଧ୍ୟରେ କଟାକଟି, କିଏ କହୁଛି ସତ?
ପୁଣି ଓଡ଼ିଶା ପ୍ରଯୋଜକଙ୍କ ମଧ୍ୟରେ କଟାକଟି, କିଏ କହୁଛି ସତ?

By ETV Bharat Odisha Team

Published : Sep 20, 2023, 8:01 PM IST

ପୁଣି ଓଡ଼ିଶା ପ୍ରଯୋଜକଙ୍କ ମଧ୍ୟରେ କଟାକଟି, କିଏ କହୁଛି ସତ?

ଭୁବନେଶ୍ବର:ଉତ୍କଳ ସିନେ ଚ୍ୟାମ୍ବର ଅଫ୍ କମର୍ସର ଘୋଷଣା ହେଲା ନୂଆ ବୋର୍ଡ ମେମ୍ବର । ଯାହାକୁ ନେଇ ପୁଣି ବିବାଦରେ ଛନ୍ଦି ହୋଇଛି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ । ଏହାର ଲିଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁଣି ଓଡ଼ିଶାର ପ୍ରଯୋଜକଙ୍କ ମାନଙ୍କ ଭିତରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନ ଏହାକୁ ଏକ ବେଆଇନ ସଂଘ ବୋଲି କହିଛି ସଂଘ । ଏହି କଥା କଟାକଟିକୁ ନେଇ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଓ ଓଡିଶା ପ୍ରଡ୍ୟୁସର ଆସୋସିଏସନ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିବା ବେଳେ କିଏ କହୁଛି ସତ ସେନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି ।



ପୂର୍ବରୁ ଦୁଇ ଗୋଷ୍ଠୀରେ ପ୍ରଯୋଜନା ସଂସ୍ଥାକୁ ନେଇ ଓଡ଼ିଶା ପ୍ରଯୋଜକମାନଙ୍କ ବିବାଦରେ ସମ୍ଭାବନା ହୋଇନଥିବା ବେଳେ ଏହାରି ମଧ୍ୟରେ ଆଜି ଭୁବନେଶ୍ବର ରେ ଉତ୍କଳ ସିନେ ଚ୍ୟାମ୍ବର ଅଫ୍ କମର୍ସର ପ୍ରଯୋଜକଙ୍କ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଛି । ଯେଉଁଠି ନୂଆ ବୋର୍ଡ ମେମ୍ବର ଘୋଷଣା ହେବା ସହ ଆସନ୍ତା ଏକ ବର୍ଷ ଓଡିଆ ଫିଲ୍ମର ଉନ୍ନତି ପାଇଁ ରୋଡ ମ୍ୟାପ ଏବଂ ଏଜେଣ୍ଡା ପ୍ରସ୍ତୁତ ହୋଇଛି ।

ଏଥିରେ ନୂଆ ସଭାପତି ହିସାବରେ ଟୁଟୁ ନାୟକ, ଉପସଭାପତି ଭାବେ ରବିନ୍ଦ୍ର ପଣ୍ଡା,ସଚିବ ଭାବେ ଏନ୍ ଯି ରେଡ୍ଡି, ସହ ସଚିବ ସ୍ବଭାଗ୍ୟଲକ୍ଷ୍ମୀ ସାମଲ୍ ଏବଂ ଟ୍ରେଜରର୍ ଭାବେ ସ୍ଥିତ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ସେହିପରି ଏକ୍ଜୁକ୍ୟୁଟିଭ କମିଟି ସଭ୍ୟ ଭାବେ ତପନ୍ ଦାଶ , ଅନୁପମ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଲୋକନାଥ ଦାସ୍, ଦିପ୍ ସାମଲ୍,ପ୍ରିତମ୍ ସାହୁ ଅନୁପ୍ରାସ ମହାନ୍ତି ପ୍ରମୁଖ ମନୋନିତ ହୋଇଛନ୍ତି।

ତେବେ ଏଥିରେ ସମସ୍ତ ପ୍ରଯୋଜକ ୧୦ ହଜାର ଟଙ୍କା ପଞ୍ଜିକରଣ ମୂଲ୍ୟ ଦେଇ ଏହି ୟୁସିସିର ସଦସ୍ୟ ହୋଇପାରିବେ। ଆଉ ପ୍ରଯୋଜକ ମାନଙ୍କ ସୁରକ୍ଷା ସହ ସରକାରୀ ପ୍ରୋତ୍ସାହନ ପାଇଁ ଏକାଠି ହୋଇ ସ୍ୱର ଉଠାଇବ ସଂଘ । ଏହି ସଂଗଠନ ୧୯୯୩ରୁ ପଞ୍ଜିକୃତ ହୋଇଥିବା ବେଳେ ଏମାନଙ୍କ ପାଖରେ ଆଇନଗତ ପ୍ରମାଣପତ୍ର ରହିଛି । ତେଣୁ ନୂଆ ରୋଡମ୍ୟାପକୁ ନେଇ ନୂଆ ଓ ପୁରୁଣା ପ୍ରଯୋଜକମାନେ ମିଶି ସିନେମାର ବିକାଶ ପାଇଁ ଏକାଠି ହୋଇ କାର୍ଯ୍ୟ କରିବେ ବୋଲି ଏହି ବନ୍ଧୁମିଳନ ଅବସରରେ କୁହାଯାଇଛି । ଆମେ ସମସ୍ତେ ଗୋଟେ ପରିବାର ଓ ସମସ୍ତେ ପ୍ରଯୋଜକ ମିଶି ସିନେମା ଶିଳ୍ପର ବିକାଶକୁ ଆଗକୁ ନେବା ବୋଲି ସଂଘ ଆହ୍ବାନ କରିଛି । ଏଥି ସହ ୟୁସିସିସିକୁ ନେଇ ପ୍ରଯୋଜକଙ୍କ ମଧ୍ଯରେ ଚାଲିଥିବା ଦୀର୍ଘ ଦିନର ବିବାଦର ଅନ୍ତ ଘଟିଛି ବୋଲି କହିଛି ସଂଘ ।

ସେପଟେ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନ ଏହାକୁ ଏକ ବେଆଇନ ସଂଘ ବୋଲି କହିଛି । ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନ କୁ ଗୋଟେ ଲୋକେ ବଦନାମ କରିବାକୁ ଚାହୁଁଛନ୍ତି ବୋଲି କହିଛି ସଙ୍ଘ । ପ୍ରଡ୍ୟୁସର ସଞ୍ଜୟ ନାୟକ ଵା ଟୁଟୁ ଭାଇ ଜାଣିଶୁଣି ଏହା କରୁଛନ୍ତି ବୋଲି ପ୍ରଯୋଜକ ସଚିକାନ୍ତ ଜେନା କହିଛନ୍ତି । ସେ କହିଛନ୍ତି 1993-94 ମସିହାରୁ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ରେଜିଷ୍ଟେସନ ଥିବା ବେଳେ ଆମେ ସମସ୍ତେ ତାର ସଦସ୍ୟ । କଟକରେ ମୁଖ୍ୟ ଅଫିସ ଥିବା ବେଳେ ପ୍ରଭାତ ମହାନ୍ତି ସେକ୍ରେଟାରୀ ଅଛନ୍ତି । ଯାହା ସୁରୁଖୁରୁରେ ଚାଲିଛି । ଯେଉଁ ବ୍ୟକ୍ତି ମାନେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ନୁହନ୍ତି ସେମାନେ ନୂଆ କରି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସର ପ୍ରେସିଡେଣ୍ଟ ଏବଂ ସେକ୍ରେଟାରୀ କେମିଟି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେଥିପାଇଁ ଆମେ ତାଙ୍କୁ ପ୍ରତିବାଦ କରୁଛନ୍ତି ବୋଲି କହିଛନ୍ତି ପ୍ରଯୋଜକ।

ଏହା ଏକ ମିଛ ପ୍ରଚାର । ସିନେମା ଶିଳ୍ପ ସହ ବହୁଦିନ ହେବ ଜଡିତ ନଥିବା ଲୋକେ ନିଜର ପତିଆରା ପାଇଁ ନୂଆ ବୋର୍ଡ କରି ଆପଣକୁ ଭୂଆଁ ବୁଲାଉଛନ୍ତି । ଏହି ଲୋକମାନେ ଆମ ସଂସ୍ଥାର ବୈଠକ ସମୟରେ ହିଁ ଗଣ୍ଡଗୋଳ କରିଥିଲେ । ତେଣୁ ଯେଉଁମାନେ ବି ସିନେମା କରୁଛନ୍ତି ଆଉ ୟୁସିସିର ବୋଲି ଅଛନ୍ତି ସେମାନେ ନିର୍ଭିକରେ ଆସି କାମ କରନ୍ତୁ କେଉଁ ସଂସ୍ଥାର ପଞ୍ଜିକରଣ ମାଧ୍ୟ୍ୟମରେ ନୁହେଁ ବୋଲି କହିଛନ୍ତି ସଚିକାନ୍ତ ଜେନା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା, ମୁହାଁମୁହିଁ ଦୁଇ ପ୍ରଯୋଜକ ଗୋଷ୍ଠୀ

ପ୍ରକାଶ ଥାଉ କି, ନିଜ ନିଜ ଭିତରେ ଥିବା ମତାନ୍ତରକୁ ନେଇ ପ୍ରଯୋଜକ ମାନେ ଦୁଇ ଦଳ ହୋଇଛନ୍ତି । ପୂର୍ବରୁ ମଧ୍ୟ ବିବାଦକୁ ନେଇ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ତେବେ ଏଭଳି ବିବାଦ ଲାଗି ରହିଲେ ଆଗାମୀ ଦିନରେ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିର ଭାଗ୍ୟ କୁଆଡେ ଯିବ ତାହାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details