ଓଡିଶା

odisha

ETV Bharat / state

ପୁଣି UPSC କୋଚିଂ ଦେବ ଉଚ୍ଚ ଶିକ୍ଷା ବିଭାଗ, 26ରେ ପ୍ରବେଶିକା ପରୀକ୍ଷା - ପୁଣି UPSC କୋଚିଂ ଦେବ ଉଚ୍ଚ ଶିକ୍ଷା ବିଭାଗ

ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣ ଆଶାୟୀଙ୍କୁ ଚୟନ କରି କୋଚିଂ ଦିଆଯିବାର ଯୋଜନା କରାଯାଇଛି। ଯେଉଁ ମାନେ UPSC ର କୋଚିଂ ନେବେ ସେମାନଙ୍କ ପାଇଁ ରହିବା ଖାଇବା ସୁବିଧା ମଧ୍ୟ କରାଯିବାର ଯୋଜନା କରାଯାଉଛି । ଅଧିକ ପଢନ୍ତୁ

UPSC
UPSC

By

Published : Feb 3, 2023, 11:02 PM IST

Updated : Feb 4, 2023, 9:21 AM IST

ପୁଣି UPSC କୋଚିଂ ଦେବ ଉଚ୍ଚ ଶିକ୍ଷା ବିଭାଗ, ଆସନ୍ତା 26 ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ପୁଣି ଆରମ୍ଭ ହେବ UPSC କୋଚିଂ । ପୁଣି ଥରେ UPSC କୋଚିଂ ଦେବ ଉଚ୍ଚଶିକ୍ଷା ବିଭାଗ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏନେଇ ଫେବୃଆରୀ ୨୬ ତାରିଖରେ ହେବ ପ୍ରବେଶିକା ପରୀକ୍ଷା । ସାମ୍ସ ପୋର୍ଟାଲରେ ମୋଡୁଲ ଡେଭଲପ କରିବାକୁ OCACକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ମିଳିଥିବା ସୂଚନା ଅନୁସାରେ ପୁଣି ଥରେ UPSC କୋଚିଂ ଦେବ ଉଚ୍ଚ ଶିକ୍ଷା ବିଭାଗ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରୀୟା। ପ୍ରଥମ ପର୍ଯ୍ୟାୟ ରେ ୨୦୦ ଜଣ ଆଶାୟୀ ଙ୍କୁ ଚୟନ କରି କୋଚିଂ ଦିଆଯିବାର ଯୋଜନା କରାଯାଇଛି। ଯେଉଁ ମାନେ UPSC ର କୋଚିଂ ନେବେ ସେମାନଙ୍କ ପାଇଁ ରହିବା ଖାଇବା ସୁବିଧା ମଧ୍ୟ କରାଯିବାର ଯୋଜନା କରାଯାଉଛି। ତେବେ କୋଚିଂ ପୂର୍ବରୁ ଏକ ପ୍ରବେଶିକା ପରୀକ୍ଷା କରାଯିବ। ସେଥି ମଧ୍ୟରୁ ଆଶାୟୀ ଙ୍କୁ ଚୟନ କରାଯିବ। ଏଥିପାଇଁ ଆସନ୍ତା ଫେବୃଆରୀ ୨୬ ରେ ହେବାକୁ ଯାଉଛି ପ୍ରବେଶିକା ପରୀକ୍ଷା। ଏନେଇ ସାମ୍ସ ପୋର୍ଟାଲ ରେ ମୋଡୁଲ ଡେଭଲପ କରିବାକୁ ଉଚ୍ଚ ଶିକ୍ଷା ବିଭାଗ OCAC କୁ ଚିଠି ଲେଖି ଅବଗତ କରାଇଛି ।

ପୂର୍ବରୁ ଦୁଇ ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । କିନ୍ତୁ ତାହା ସଫଳ ହୋଇପାରିନାହିଁ। ଓଡ଼ିଆଙ୍କ ପ୍ରଦର୍ଶନ UPSC ରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ପଦକ୍ଷେପ ନେଉଛି ବିଭାଗ। କିନ୍ତୁ ଏବେ ଯାଏଁ ରାଜ୍ୟକୁ କୌଣସି ସୁଫଳ ମିଳୁନି। ତେବେ ଆଗକୁ କିଭଳି କୋଚିଂ ଦେବ ଉଚ୍ଚ ଶିକ୍ଷା ବିଭାଗ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତି ବର୍ଷ ପାଖାପାଖି ୫ ରୁ ୬ ଲକ୍ଷ ପିଲା ମାନେ ଉଚ୍ଚ ଶିକ୍ଷା ବିଭାଗ ରୁ ପାସ ହେଉଛନ୍ତି। ହେଲେ ଦେଖାଯାଉଛି ରାଜ୍ୟରୁ ବହୁତ କମ ପିଲା UPSC ରେ ସଫଳ ହେଉଛନ୍ତି। ମୁଖ୍ୟତଃ ରାଜ୍ୟରେ UPSC କୋଚିଂ ଅଭାବ ରହିଛି । ତେବେ ଆଗକୁ ଯଦି ଉଚ୍ଚ ଶିକ୍ଷା ବିଭାଗ ଏଭଳି UPSC କୋଚିଂ ଦେବାର ଯୋଜନା ରଖିବ ତେବେ ଶହ ଶହ ଛାତ୍ର ଛାତ୍ରୀ ମାନେ ଆଗକୁ ଆସିବେ ।

ସୂଚନାଯୋଗ୍ୟ ଯେ ୨୦୧୭ରେ ୧୩ ଜଣ ଓଡିଆ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ୨୦୧୮ରେ ୧୫ଜଣ, ୨୦୧୯ ରେ ୨୧ ଜଣ, ୨୦୨୦ ରେ ୧୧ ଜଣ ଓ ୨୦୨୧ ରେ ମାତ୍ର ୧୪ ଜଣ ସଫଳ ହୋଇଛନ୍ତି। ଓଡ଼ିଆ ପିଲା ଆଇଏଏସ ଓ ଆଇପିଏସ ଅଫିସର ହେବେ ବୋଲି ରାଜ୍ୟ ସରକାର ୨୦୧୬-୧୭ ରେ ଆରମ୍ଭ କରିଥିଲେ ବିଶ୍ୱବିଦ୍ୟାଳୟରେ କୋଚିଂ ବ୍ୟବସ୍ଥା। ଏପରିକି ୨୦୧୯-୨୦ ମସିହାରେ ୯୯ ଜଣ ପିଲାଙ୍କୁ କୋଚିଂ ଦେବାକୁ ମନୋନୀତ କରିଥିଲା ଉଚ୍ଚଶିକ୍ଷା ବିଭାଗ। ସେଥିରୁ ମାତ୍ର ଜଣେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ତେବେ ସରକାରୀ କୋଚିଂ ବ୍ୟବସ୍ଥା କେଉଁଠି ନା କେଉଁଠି ଫେଲ ମାରିଛି। ଫଳରେ ରାଜ୍ୟରୁ ପ୍ରତିବର୍ଷ ହାତଗଣତି କିଛି ପିଲା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 4, 2023, 9:21 AM IST

ABOUT THE AUTHOR

...view details