ଓଡିଶା

odisha

ETV Bharat / state

ନୂଆବର୍ଷରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର 'ଅପରେସନ ୧୨/୧୭' - ଅପରେସନ ୧୨୧୭

ନୂଆବର୍ଷରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଅପରେସନ ୧୨/୧୭' । ରିଲିଜ୍ ପୂର୍ବରୁ ସାଇ ଲୁମ୍ବିନୀ ପ୍ରଡକସନ୍ସରେ ନିର୍ମାଣ ହୋଇଥିବା ସିନେମାର ଅଡିଓ ରିଲିଜ୍ ହୋଇଛି । ଏହା ମଧ୍ୟ ପଢନ୍ତୁ

ଓଡ଼ିଆ ଚଳଚ୍ଚିତ୍ର 'ଅପରେସନ ୧୨/୧୭'
ଓଡ଼ିଆ ଚଳଚ୍ଚିତ୍ର 'ଅପରେସନ ୧୨/୧୭'

By ETV Bharat Odisha Team

Published : Dec 25, 2023, 8:14 PM IST

ଓଡ଼ିଆ ଚଳଚ୍ଚିତ୍ର 'ଅପରେସନ ୧୨/୧୭'

ଭୁବନେଶ୍ବର:ନୂଆବର୍ଷରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର 'ଅପରେସନ ୧୨/୧୭' । ମୁକ୍ତିଲାଭ ପୂର୍ବରୁ ସାଇ ଲୁମ୍ବିନୀ ପ୍ରଡକସନ୍ସରେ ନିର୍ମାଣ ହୋଇଥିବା ସିନେମାର ଅଡିଓ ରିଲିଜ୍ ୨ ନମ୍ବର ମାର୍କେଟ ବିଲଡିଂ ପରିସରରେ ଯାକଜମକରେ ହୋଇଯାଇଛି । ତେବେ 'ଅପରେସନ ୧୨/୧୭' ଏକ ବିଗ୍ ବଜେଟ ର ସିନେମା ହୋଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଶୁଭ୍ରା ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । ଏହି କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ ।

ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । ଏହାସହ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ଋତୁରାଜ ମହାନ୍ତି , ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ । ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ ବୋଲି ଆଶା ରହିଛି । ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା 'ଭୂମିକା' ମୁଖ୍ୟ ନାୟିକା ଏବଂ ଶ୍ରେୟାନ ନାୟକ ଭାବେ ନୂଆବର୍ଷରେ ଦର୍ଶକଙ୍କୁ ଭେଟି ଦେବେ ।

ଏହା ମଧ୍ୟ ପଢନ୍ତୁ...ସଣ୍ଡେରେ ଇତିହାସ ରଚିଲା 'ସାଲାର', 3 ଦିନରେ ୨୦୦ କୋଟି କ୍ଲବରେ ସାମିଲ ହେଲା ପ୍ରଭାସଙ୍କ ଫିଲ୍ମ

ଏହା ମଧ୍ୟ ପଢନ୍ତୁ...ପ୍ରଥମ ୱିକେଣ୍ଡ୍‌ରେ ୧୦୦କୋଟି କ୍ଲବରେ ଏଣ୍ଟ୍ରି କଲା କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି'

ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର 'ଅପରେସନ୍‌ ୧୨/୧୭'ରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବା ସହ ଲାଇନ୍‌ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି। ଅନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ,ପଙ୍କଜ ମହାନ୍ତି, ଉମାକାନ୍ତ ପାଣି, ପ୍ରଶାନ୍ତ ପାତ୍ର, ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ, ବିଜିତ ବାରିକ୍ ଲୋପାମୁଦ୍ରା, ତ୍ରିଷ୍ଣା, ବିଷ୍ଣୁପ୍ରିୟା, ସୋନାଲି, ସୁଜାତା (ଛୋଟ କଳାକାର କିୟାର, କୋମଲ) ପ୍ରମୁଖ ଅଭିନୟ କରିଛନ୍ତି । ଦେଶାତ୍ମ ଭାବକୁ ସିନେମାଟି ପ୍ରତିପାଦିତ କରୁଥିବାବେଳେ ପାରିବାରିକ ଓ ଆଧ୍ୟାତ୍ମିକ କାହାଣୀକୁ ମଧ୍ୟ ସ୍ଥାନିତ କରାଯାଇଛି । ତେବେ ଲଭ, ରୋମାନ୍ସ , ଆକ୍ସନ ଭରା ଏହି ସିନେମାଟି ଫୁଲ ପ୍ୟାକେଜ୍ ନେଇ ଆସୁଥିବାବେଳେ ଏହାର କାହାଣୀ ଭିନ୍ନ ଧରଣର ରହିଛି । ତେଣୁ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି କହିଛି ପ୍ରଯୋଜକ ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details