ଭୁବନେଶ୍ବର:ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ।ହନିଟ୍ରାପ ମାମଲାରେ ଗିରଫ ହୋଇ ଜେଲରୁ ବାହାରିବା ପରେ ଏବେ ଅର୍ଚ୍ଚନାଙ୍କୁ ଧମକ ଆସୁଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଅର୍ଚ୍ଚନା । ପରୀକ୍ଷା ଦେବାକୁ ଆସିବାବେଳେ କଲେଜ ବାହାରେ ଆଉ ଘର ବାହାରେ କିଛି ଦୁର୍ବୃତ୍ତ ତାଙ୍କୁ ଖୁଲମଖୁଲା ଧମକ ଦେଉଥିବା ସେ କହିଛନ୍ତି । ମୁହଁ ନଖୋଲିବା ପାଇଁ ଧମକ ଦିଆଯାଉଛି । ଏନେଇ ନିଜ ଜୀବନ ପ୍ରତି ବିପଦ ଥିବା ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଯିଏ ଧମକ ଦେଉଛନ୍ତି ସେ ନିଜ ନିଜର କ୍ଷତି କରୁଛନ୍ତି । ମୁଁ ଡରିବା ଅପେକ୍ଷା ମରିବାକୁ ପସନ୍ଦ କରିବି । କାରଣ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି । ତେଣୁ ବେଆଇନ ଷଡଯନ୍ତ୍ରରୁ ନିବୃତ ରୁହନ୍ତୁ ।"
ତେବେ ଅର୍ଚ୍ଚନାଙ୍କ ଏପରି ଧମକ ଚମକର ଅଭିଯୋଗ ଓ ଅର୍ଚ୍ଚନାଙ୍କ ପାଲଟା ଧମକ ଏବେ ଅନେକ କିଛି ପ୍ରସଙ୍ଗ ଆଡକୁ ଇସାରା କରିଛି । ପୂର୍ବରୁ ଅନେକ ନେତା ରାଜନେତା ଓ ହେବିଓ୍ବେଟଙ୍କ ସହ ତାଙ୍କର ଫଟୋ ଦେଖିବାକୁ ମିଳିଥିଲା । "ସେଭଳି କିଛି ପାଓ୍ବାର କରିଡରର ଲୁଚାଛପା ପ୍ରମାଣ ଅର୍ଚ୍ଚନାଙ୍କ ପାଖରେ ଅଛି କି ?"ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଜଣେ ପ୍ରଯୋଜକଙ୍କ କିଛି ଅଶ୍ଳୀଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଅର୍ଚ୍ଚନା ।
ଏହା ମଧ୍ୟ ପଢନ୍ତୁ...ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, କହିଲେ ମୁଁ ଜଣେ ଆଇନ ଛାତ୍ରୀ