ଓଡିଶା

odisha

By

Published : Aug 14, 2022, 10:59 PM IST

ETV Bharat / state

ନିରାକାରପୁରରେ ଯୁଵକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର ଥାନା ଅନ୍ତର୍ଗତ ରାଉଳ ହଜ ଗ୍ରାମ ନିକଟସ୍ଥ ପଥର ଖଣି ନିକଟରେ ଜଣେ ଅଚିହ୍ନା ଯୁଵକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଯୁଵକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଯୁଵକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା: ନିରାକାରପୁର ଥାନା ଅନ୍ତର୍ଗତ ରାଉଳ ହଜ ଗ୍ରାମ ନିକଟସ୍ଥ ପଥର ଖଣି ନିକଟରେ ଜଣେ ଅଚିହ୍ନା ଯୁଵକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଯୁବକଙ୍କ ବେକରେ ଗାମୁଛା ବନ୍ଧା ହୋଇ କାଜୁ ଗଛରେ ଝୁଲୁଥିବା ଦେଖାଯାଇଛି । ଗ୍ରାମବାସୀ ମାନେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ ।

ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣା ବାବଦରେ ତଦନ୍ତ ଆରମ୍ଭ କରିଛି । ମୃତକଙ୍କର ପ୍ୟାଣ୍ଟ ପକେଟରୁ ଏକ ସାଇକେଲ ଚାବି ପୋଲିସ ଉଦ୍ଧାର କରିଥିଵା ବେଳେ ମୃତ ଯୁବକଙ୍କ ହାତରେ ଏକ ଟାଟୁ ରହିଛି । ଟାଟୁରେ ପ୍ରଭାତ ଲେଖା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details