ଭୁବନେଶ୍ବର:ଟ୍ରେନ ଟଏଲେଟରୁ ଭିତରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ । ଧାନବାଦ ଏକ୍ସପ୍ରେସ ଭୁବନେଶ୍ବର ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଟ୍ରେନର ଟଏଲେଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଧାନବାଦ ଏକ୍ସପ୍ରେସ ଯାତ୍ରୀ ଓହ୍ଲାଇବା ପରେ ଏହି ମୃତଦେହକୁ ସଫେଇ କର୍ମଚାରୀ ଦେଖି GRPକୁ ଖବର ଦେଇଥିଲେ । ଏହାପରେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମହିଳା ଏକାକୀ ଯାତ୍ରା କରୁଥିଲେ କି ତାଙ୍କ ସହ ଆଉ କିଏ ଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ସମସ୍ତ ଦିଗକୁ ଦେଖି ତଦନ୍ତ ଆରମ୍ଭ କରିଛି ।
ତେବେ ଟ୍ରେନଟି ଧାନବାଦ ଜଙ୍କସନରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ଯାଇଥିଲେ । ଯାତ୍ରୀ ଓହ୍ଲାଇବା ପରେ ମିଳିଥିଲା ମୃତଦେହ । ଟ୍ରେନ ରହିବା ପରେ ସଫେଇ କର୍ମଚାରୀ ଟ୍ରେନ ସଫା କରିବାକୁ ଯାଇଥିବା ବେଳେ ମୃତଦେହକୁ ଦେଖିଥିଲେ । ଆଉ ଏ ନେଇ ଜିଆରପିକୁ ଖବର ଦେଇଥିଲେ । ଜିଆରପି ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଜାରି ରଖିଛି ଆଉ ଖୋଳତାଡ଼ ଆରମ୍ଭ କରିଛି। ଏବେ ବି ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ଏହା ବି ପଢନ୍ତୁ- ୫ଦିନ ପରେ ନିଖୋଜ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଯାଜପୁରରୁ ମିଳିଥିଲା ବାଇକ୍, ଘର ଜଗତସିଂହପୁର