ଓଡିଶା

odisha

ETV Bharat / state

ନଭେମ୍ବର ୨୭ରେ ପ୍ରାଥମିକ ଶିକ୍ଷକ ସଂଘର ବିଶାଳ ସମାବେଶ ଯୋଜନା - Bhubaneswar news

ତିନି ଦଫା ସମ୍ବଳିତ ଦାବିପତ୍ର ନେଇ ରାଜରାସ୍ତାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ଏନେଇ ଚଳିତମାସ ୨୭ ତାରିଖରେ ଭୁବନେଶ୍ବରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବିଶାଳ ସମାବେଶ କରିବ । ଅଧିକ ପଢ଼ନ୍ତୁ

3 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ସଂଘ
3 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

By

Published : Nov 21, 2022, 12:36 PM IST

ଭୁବନେଶ୍ବର:ତିନି ଦଫା ସମ୍ବଳିତ ଦାବିପତ୍ର ନେଇ ରାଜରାସ୍ତାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ସଂଘ (United Primary teachers federation)। ଏନେଇ ଚଳିତମାସ ୨୭ ତାରିଖରେ ଭୁବନେଶ୍ବରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବିଶାଳ ସମାବେଶ କରିବାକୁ ଯୋଜନା କରିଛି । ଏଭଳି ଚେତାବନୀ ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ । ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର । କିନ୍ତୁ ୨୦୦୧ ମସିହାରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି ସଂଘର ସଦସ୍ୟମାନେ କହିଛନ୍ତି ।

3 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ସେହିପରି କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାଁନ୍ତି । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ । ନିକଟରେ ରାଜ୍ୟସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତିରେ ପରିବର୍ତ୍ତନ କରିଛନ୍ତି । ଫଳରେ ରାଜ୍ୟରେ ହଜାର ହଜାର ସଂଖ୍ୟାର କର୍ମଚାରୀ ସ୍ଥାୟୀ ନିଯୁକ୍ତିର ସୁଯୋଗ ପାଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ.ରାଜଧାନୀରେ ଗର୍ଜିଲେ ଶିକ୍ଷକ, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ ଚେତାବନୀ

ମାତ୍ର ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷାଦାନ ଦେଉଥିବା ଜିଲ୍ଲାପରିଷଦ ମାଧ୍ୟମରେ ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକଙ୍କ କଥା ସରକାର ଭୁଲି ଯାଇଛନ୍ତି । ତେଣୁ ଏନେଇ ଆସନ୍ତା ୨୭ତାରିଖରେ ବିଶାଳ ସମାବେଶ ଆୟୋଜନ କରାଯିବ । ଏନେଇ ଶିକ୍ଷା କ୍ଷେତ୍ରରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details