ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ମାଆ ଚଉଷଠି ଯୋଗିନୀ ମନ୍ଦିର । କିମ୍ବ ଅନୁଯାୟୀ, ଯେତେବେଳେ ରକ୍ତବୀଜ ଅସୁରର ପ୍ରକୋପ ବଢ଼ିଲା ସେତେବେଳେ ସଂସାରକୁ ରକ୍ଷା କରିବା ପାଇଁ ମାହାମାୟା ମାଆ ଦୁର୍ଗା 64 ରୂପ ଧାରଣ କରି ତାକୁ ବଦ୍ଧ କରିଥିଲେ । ସେବେଠୁ ବିଭିନ୍ନ ସ୍ଥାନରେ 64 ଯୋଗିନୀମାନେ ମାଆ ବିଭିନ୍ନ ରୂପରେ ପୂଜା ପାଇଆସୁଛନ୍ତି । ଚଉଷଠି ଯୋଗିନୀ ହେଉଛି ଏକ ତନ୍ତ୍ର ପୀଠ । ତେବେ ଏଠାରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ ।
ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ମାଆ ଚଉଷଠି ଯୋଗିନୀ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ଦୁର୍ଗାପୂଜା କରାଯାଏ । ଏଠାରେ ବିଶେଷତ୍ବ ହେଉଛି ଏଠାରେ ଲାଗି ହେଉଥିବା ଭୋଗ । ମହାଷ୍ଟମୀର ମଧ୍ୟାହ୍ନ ରାତ୍ରିରେ ମାଛ ପୋଡା ବଳି ଦିଆଯାଏ । ଉଷୁନା ଅନ୍ନ, ଡାଲମା ସହ ମାଛ ଭୋଗ ଏଠାରେ ଲାଗି ହୁଏ । ନବମୀରେ ନବଦୁର୍ଗା ବେଶ ମାଆ ପୂଜା ପାଇଥାନ୍ତି । ସଂଧ୍ୟାରେ ଖିରି ଖେଚୁଡ଼ି, ଇଟିଲି ପିଠା ଭୋଗ ହୁଏ । ନବରାତ୍ର ପୂଜାରେ ପ୍ରତ୍ୟେକ ସଂଧ୍ୟାରେ ହାକେରା ଭୋଗ (ଖିରି,ଇଟିଲି,କାକେରା) ଭୋଗ ଦିଆଯାଏ ।
ନବମୀର ଶେଷ ପୂଜାରରେ ମାଆଙ୍କର ନବଦୁର୍ଗା ବେଶ ହୁଏ । ଦଶମୀରେ ସନ୍ଧି ପୂଜା ହୋଇଥାଏ । ସେହିଭଳି ଷୋଡ଼ଶ ଉପଚାରରେ ମଧ୍ୟ ଏଠାରେ ମାଆ ପୂଜା ପାଆନ୍ତି। ଚଉଷଠି ଯୋଗିନୀ ପୀଠରେ ନବ ଦୁର୍ଗା ପୂଜା ପାଆନ୍ତି। ମନ୍ଦିର ମଝିରେ ତନ୍ତ୍ର ସାଧନ ହୁଏ । ଏଠି ଦ୍ୱାର ପାଳ ଜୟା ବିଜୟା, ତନ୍ତ୍ର ପୂଜାର ମୁଖ୍ୟ ସୂର୍ଯ୍ୟ ମଣ୍ଡପରେ ପୂଜା ହୁଏ।