ଭୁବନେଶ୍ବର:ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Pradhan Mantri Jan Arogya Yojana) ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ବର AIIMS ପରିଦର୍ଶନ କରିବା ଅବସରରେ ସେ ଏହି ନିବେଦନ କରିଛନ୍ତି । ରାଜ୍ୟର ଜନସାଧାରଣଙ୍କୁ ଅଧିକା ସୁବିଧା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଗରିବ ଲୋକଙ୍କ ପାଖରେ ଏହି ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ପହଞ୍ଚିପାରିବ । ତେଣୁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରନ୍ତୁ । ଭାରତରେ ୩ ରାଜ୍ୟକୁ ଛାଡିଦେଲେ ଆଉ ସମସ୍ତ ରାଜ୍ୟରେ ଏହି ଯୋଜନା ଚାଲିଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେନ୍ଦ୍ର ସରକାରଙ୍କର ଏକ ଉଜ୍ଵଳ ଯୋଜନା ଅଟେ । କିନ୍ତୁ ଦୁଃଖରେ କହିବାକୁ ପଡୁଛି ଯେ ଓଡିଶା ସରକାର ଏପର୍ଯ୍ୟନ୍ତ ଏହି ଯୋଜୋନାକୁ ସ୍ବୀକୃତି ଦେଇନାହାନ୍ତି । ରୋଗୀମାନଙ୍କ ପାଇଁ ଏହି ଯୋଜୋନା ମାଧ୍ୟମରେ ୫ ଲକ୍ଷ ବୀମା ମିଳିବ । ତେଣୁ ଓଡିଶା ସରକାର ଏହି ଯୋଜୋନାକୁ ସ୍ବୀକୃତି ଦିଅନ୍ତୁ । ଫଳରେ ରୋଗୀମାନଙ୍କୁ ସହାୟତା ମିଳିପାରିବ ।"