ଭୁବନେଶ୍ବର: ଏନସିଇଆରଟି ପାଠ୍ୟ ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପଡିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାଷ ସରକାର । କିଏ କହୁଛି ଡାରୱିନ ଥିଓରୀ ବାଦ୍ ପଡିଛି ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ । ଏନସିଇଆରଟି ପକ୍ଷରୁ କରିକୁଲମ ଫ୍ରେମୱାର୍କ ପ୍ରସ୍ତୁତ ହୋଇ ସମସ୍ତ ରାଜ୍ୟକୁ ପଠାଯାଇଛି । ରାଜ୍ୟ ଗୁଡିକ ମତାମତ ଦେବା ପରେ ନିଷ୍ପତ୍ତି ନିଆଯିବ । ଆକଳନ କରି ଏଭଳି ବୟାନବାଜି କରିବା ଠିକ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ।
ପ୍ରକାଶଥାଉ କି, ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ଦେବାକୁ NCERT ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ଏହାକୁ ନିନ୍ଦା କରି ଭାରତର ୧୮୦୦ରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ ଦସ୍ତଖତ କରି NCERTକୁ ଏକ ଖୋଲା ଚିଠି ଲେଖିଥିଲେ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ଦେଇ କିଏ କହୁଛି ବାଦ୍ ପଡିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ।
ଆଜିଠାରୁ ଜି-୨୦ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଭୁବନେଶ୍ବରରେ ତିନି ଦିନବ୍ୟାପୀ ଆରମ୍ଭ ହୋଇଛି । ଏଥିରେ ଜି-୨୦ ଦେଶ ସମୂହ, ଆମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡ଼ି, ୟୁନେସ୍କୋ ଓ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂଗଠନର ୬୩ ପ୍ରତିନିଧି ଯୋଗ ଦେଇଛନ୍ତି । ଆଜି ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଭବିଷ୍ୟତର କାର୍ଯ୍ୟ ଆଧାରିତ ଦକ୍ଷତା ଗଠନ ଏବଂ ଜୀବନବ୍ୟାପୀ ଜ୍ଞାନ ଆହରଣକୁ ପ୍ରୋତ୍ସାହନ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ପ୍ରତିନିଧି ଦେଇଛନ୍ତି ।