ଓଡିଶା

odisha

ETV Bharat / state

ମେଟ୍ରୋ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ, ଡେଙ୍ଗୁ ନିୟନ୍ତ୍ରଣ କରିବାକୁ ବିଜେପି ନେତାଙ୍କୁ ଆହ୍ବାନ - ମେଟ୍ରୋର ବାସ୍ତବତା ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ମେଟ୍ରୋର ବାସ୍ତବତା ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଭର୍ଚୁଆଲ୍‌ରେ ମେଟ୍ରୋ ଚାଲିଲେ ହେବନି । ସେପଟେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ମେଟ୍ରୋ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ
ମେଟ୍ରୋ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ

By

Published : Aug 18, 2023, 10:42 PM IST

ମେଟ୍ରୋ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ

ଭୁବନେଶ୍ବର: ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାବାସୀଙ୍କ ଉତ୍ତମ ଗମନାଗମନ ସୁବିଧା ପାଇଁ ମେଟ୍ରୋ ସେବା ନେଇ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏନେଇ ଡିପିଆର୍‌ ପ୍ରସ୍ତୁତ କରି ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଏହାର ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ନେଇ ମଧ୍ୟ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ବର ଧର୍ମ ବିହାରରେ ସିଏନ୍‌ଜି ଶବଦାହ କେନ୍ଦ୍ର ଲୋକାର୍ପଣ ଉତ୍ସବରେ ମେଟ୍ରୋ ପ୍ରକଳ୍ପ ଉପରେ ଧର୍ମେନ୍ଦ୍ର କହିଛନ୍ତି, "ଖାଲି କଥାରେ ନୁହେଁ, କାର୍ଯ୍ୟରେ କରିବାର ଆବଶ୍ୟକତା ରହିଛି । ଖାଲି ମେଟାଭର୍ସରେ ଚାଲିବନି ମେଟ୍ରୋ । ମେଟ୍ରୋ ଲାଇନ୍‌ ଭିଡିଓରେ ଚାଲେନି କି ଭର୍ଚୁଆଲରେ ଚାଲିଲେ ହେବନି । ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏବେ କହୁଛନ୍ତି ଆମ ପାଖେ ଡିପିଆର୍‌ ଅଛି । ପ୍ରଥମେ କଂଗ୍ରେସ ସ୍ଵାଧୀନତା ନାଁରେ ପ୍ରଥମ ନିର୍ବାଚନ ଜିତିଗଲେ । ପୋଷ୍ଟ ଅଫିସ ହେବ କହି ଦ୍ଵିତୀୟ ଜିତିଗଲେ । ତାପରେ ପୋଷ୍ଟ କାର୍ଡ ହେବ କହି ତୃତୀୟ ଜିତିଲେ । ପରେ ଇନ୍‌ଲାଣ୍ଡଲେଟର ହେବ କହି ପଞ୍ଚମ ଜିତିଲେ । ପୋଷ୍ଟ ବାକ୍ସ ହେବ ତାପରେ ତାର କଲର ଲାଲ ହେବ କହି ଷଷ୍ଠ ସପ୍ତମ ଏବଂ ନବମ ନିର୍ବାଚନ ଜିତିଲେ । ସେମିତି ଏଠି ମେଟ୍ରୋ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...Metro Project: ବାବୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୁଏନି, କଟାକ୍ଷ କଲେ ଧର୍ମେନ୍ଦ୍ର

ସେହିଭଳି ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଏଠି ସବୁ ବିଶ୍ଵସ୍ତରୀୟ । ମୁଁ ଦେଖିଲି ଜଗା ପ୍ରଧାନ ଏବଂ ବାବୁ ସିଂ ମଶା ମେସିନ୍ ଧରି ବିଭିନ୍ନ ସ୍ଥାନରେ ବୁଲୁଛନ୍ତି । ମଶା ମାରିବାକୁ ପ୍ରୟାସ କରୁଛନ୍ତି ଏହି ଭୁବନେଶ୍ବର ବିଜେପି ନେତାମାନେ । ଭୁବନେଶ୍ବରରେ ଜନସାଧାରଣଙ୍କ ସୁବିଧା ପାଇଁ ଉଭୟ ଆଗେଇ ଆସିଛନ୍ତି । ରାଜନୀତି ତା ବାଟରେ ହେବ । କିନ୍ତୁ ଡେଙ୍ଗୁ ସମସ୍ୟାରେ ଲୋକ ହନ୍ତସନ୍ତ ହେଉଛନ୍ତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭୁବନେଶ୍ବରବାସୀ । ତାର ସମାଧାନ ହେଉ । ଯେଉଁମାନଙ୍କୁ ଫଟୋ ଉଠାଇ ହେଲିକପ୍ଟରରେ ବୁଲିବାର ଅଛି ବୁଲନ୍ତୁ । ଅପରାଜିତା ତମେ ଝାଡୁ ଧରି ବାହାର । ଡେଙ୍ଗୁ ସଂଖ୍ୟା କମିବା ଦରକାର । ବାବୁ ଏବଂ ଜଗାଙ୍କୁ ସାହାଯ୍ୟ କର । ଭୁବନେଶ୍ବରରେ ଡେଙ୍ଗୁ ନିୟନ୍ତ୍ରଣ କର ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details