ଓଡିଶା

odisha

ETV Bharat / state

ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କଲେ ଧର୍ମେନ୍ଦ୍ର ପ୍ରଧାନ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅନୁଗୋଳ ତାଳଚେର ନିର୍ବାଚନ ମଣ୍ଡଳୀ ଦେଉଳବେଡା ଦୁର୍ଗାପଡ଼ିଆରେ ଆୟୋଜିତ ବିଜେପି ଗରିବ କଲ୍ୟାଣ ସମାବେଶରେ ୟୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘‘ ଓଡିଶାର ଗରିବ ଲୋକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ପଠାଉଛନ୍ତି । ଟଙ୍କା ଗରିବଙ୍କ ବିକାଶରେ ଲାଗିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ବାଟମାରଣା କରୁଛନ୍ତି । ଅଧିକ ପଢନ୍ତୁ

ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କଲେ ଧର୍ମେନ୍ଦ୍ର ପ୍ରଧାନ
ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Jun 24, 2023, 8:35 PM IST

Updated : Jun 24, 2023, 8:45 PM IST

ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଓଡିଶାର ଗରିବ ଲୋକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ପଠାଉଛନ୍ତି । ଟଙ୍କା ଗରିବଙ୍କ ବିକାଶରେ ଲାଗିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ବାଟମାରଣା କରୁଛନ୍ତି । ଯାହାର ଉଦାହରଣ ହେଉଛି ନବରଙ୍ଗପୁର ଉପଜିଲ୍ଲାପାଳ ଘରୁ ବସ୍ତା ବସ୍ତା ଟଙ୍କା ବାହାରିବା । ଏହି ଟଙ୍କା ଆସିଲା କେଉଁଠୁ? ଦେଲା କିଏ? ବିନା ପୃଷ୍ଠୁପୋଷକତାରେ ଏହା ସମ୍ଭବ ନୁହେଁ । ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ତାଳଚେର ନିର୍ବାଚନ ମଣ୍ଡଳୀ ଦେଉଳବେଡା ଦୁର୍ଗାପଡ଼ିଆରେ ଆୟୋଜିତ ବିଜେପି ଗରିବ କଲ୍ୟାଣ ସମାବେଶରେ ୟୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘‘ ଓଡିଶାର ଗରିବ ଲୋକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ପଠାଉଛନ୍ତି । ଟଙ୍କା ଗରିବଙ୍କ ବିକାଶରେ ଲାଗିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ବାଟମାରଣା କରୁଛନ୍ତି । ଯାହାର ଉଦାହରଣ ହେଉଛି ନବରଙ୍ଗପୁର ଉପଜିଲ୍ଲାପାଳ ଘରୁ ବସ୍ତା ବସ୍ତା ଟଙ୍କା ବାହାରିବା । ଏହି ଟଙ୍କା ଆସିଲା କେଉଁଠୁ? ଦେଲା କିଏ? ବିନା ପୃଷ୍ଠୁପୋଷକତାରେ ଏହା ସମ୍ଭବ ନୁହେଁ ।’’ ସେହିପରି ଧର୍ମେନ୍ଦ୍ର କହିଛନ୍ତି ଏଠି ସରକାରୀ ଅଧିକାରୀ ମାନେ ତୃତୀୟ ମହଲା ସହ ସମ୍ପର୍କରେ ଦୁର୍ନୀତି କରୁଛନ୍ତି । ସରକାର ଙ୍କ ଅର୍ଥକୁ ଆତ୍ମସାତ କରୁଛନ୍ତି।

ସେହିପରି ଧର୍ମେନ୍ଦ୍ର କହିଛନ୍ତି ୨୦୨୪ ରେ ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ । ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ । ମୋଦି ସରକାରଙ୍କ ୯ ବର୍ଷର ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ଉଦବୋଧନ ଦେଇ କହିଛନ୍ତି ଆଜି ଆମ ଦେଶ ସବୁଥିରେ ଆଗୁଆ । ଦେଶର ସୁରକ୍ଷା, ଅର୍ଥନୀତି, ଗରିବ କଲ୍ୟାଣ, ଆଇଟି, ବିମାନ ସେବା, ରେଳ ଚଳାଚଳ, ଉଜ୍ଜଳା ଯୋଜନା, ଆବାସ ଯୋଜନା ଏବଂ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମେତ ସବୁ କ୍ଷେତ୍ରରେ ଆମେ ଆଗେଇ ପାରିଛେ । ମୋଦିଙ୍କ ନେତୃତ୍ବକୁ ସାରା ବିଶ୍ବ ଗ୍ରହଣ କରିଛି । ବିଶ୍ବରେ ଆଜି ଭାରତ ପ୍ରଭାବ ପକାଇ ପାରିଛି । ଦେଶର ସର୍ବାଙ୍ଗୀନ ବିକାଶ କରୁଛନ୍ତି କେନ୍ଦ୍ର ସରକାର ।

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି "କେନ୍ଦ୍ର ସରକାର ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ରାଜ୍ୟରେ ୫୦ ଲକ୍ଷ ପରିବାର ପାଖରେ ଘରେ ଘରେ ପିଇବା ପାଣି ପହଞ୍ଚାଇବାକୁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଛନ୍ତି । ଏଭଳି ଅନେକ ଜନହିତକର ଯୋଜନାର ସୁଫଳ କୋଟି କୋଟି ଲୋକ ପାଇପାରୁଛନ୍ତି । ରାଜ୍ୟରେ ଆବାସ ଯୋଜନା ପାଇଁ ମୋଦି କୋଟି କୋଟି ଟଙ୍କା ଦେଉଛନ୍ତି । ପାନୀୟ ଜଳ ଯୋଗାଣ, ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଆଦି ପାଇଁ ମଧ୍ୟ ମୋଦି କୋଟି କୋଟି ଟଙ୍କା ଦେଉଛନ୍ତି । ଖଣିଜ ପାଣ୍ଠିରୁ ବାର୍ଷିକ ୫୦ ହଜାର କୋଟି ଟଙ୍କା ରାଜ୍ୟକୁ ଦେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଟଙ୍କାର ପ୍ରକୃତ ବିନିଯୋଗ କରୁନାହାନ୍ତି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ସମେତ, ପୂର୍ବତନ ଜିଲା ସଭାପତି ଅଶୋକ ମହାନ୍ତି ଙ୍କ ସହ ତାଳଚେର ଓ ଅନୁଗୋଳ ଅଞ୍ଚଳର ବହୁ ବରିଷ୍ଠ ଦଳୀୟ ନେତା, କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Jun 24, 2023, 8:45 PM IST

ABOUT THE AUTHOR

...view details