ଓଡିଶା

odisha

By ETV Bharat Odisha Team

Published : Dec 23, 2023, 1:38 PM IST

ETV Bharat / state

କେନ୍ଦ୍ର ନେତୃତ୍ବଙ୍କ ଆଶୀର୍ବାଦ ପାଇଁ ଦିଲ୍ଲୀ ଯାଇଥିଲେ ବିଧାୟକ ଦଳ: ଧର୍ମେନ୍ଦ୍ର

BJP MLAs Delhi visit: ବିଜେପି ବିଧାୟକ ଦଳର ଦିଲ୍ଲୀ ଗସ୍ତ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା । କେନ୍ଦ୍ର ନେତୃତ୍ବଙ୍କ ଆର୍ଶୀବାଦ ଓ ପ୍ରେରଣା ପାଇଁ ଦିଲ୍ଲୀ ଯାଇଥିଲେ ବିଧାୟକ । ଅଧିକ ପଢନ୍ତୁ

ବିଧାୟକ ଦଳର ଦିଲ୍ଲୀ ଗସ୍ତ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା
ବିଧାୟକ ଦଳର ଦିଲ୍ଲୀ ଗସ୍ତ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା

କେନ୍ଦ୍ର ନେତୃତ୍ବଙ୍କ ଆଶୀର୍ବାଦ ପାଇଁ ଦିଲ୍ଲୀ ଯାଇଥିଲେ

ନୂଆଦିଲ୍ଲୀ: ରାଜ୍ୟ ବିଜେପି ବିଧାୟକ ଦଳର ଦିଲ୍ଲୀ ଯାତ୍ରାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଆଶୀର୍ବାଦ ଏବଂ ପ୍ରେରଣା ନେବାକୁ ବିଜେପି ବିଧାୟକମାନେ ଦିଲ୍ଲୀ ଯାଇଥିଲେ । ସେଠି ପ୍ରମୁଖ ନେତାଙ୍କୁ ଭେଟି ରାଜ୍ୟ ରାଜନୀତି ସଂପର୍କରେ ଆଲୋଚନା କରାଯାଇଛି । ଓଡ଼ିଶାର ୧ କୋଟି ଘରେ ମୋଦିଙ୍କ ବିକଶିତ ବାର୍ତ୍ତା ପହଞ୍ଚାଇବା ଏବଂ ରାଜ୍ୟରେ ମୋଦି ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ହିଁ ଆମର ଲକ୍ଷ୍ୟ । ରାଜ୍ୟ ନେତାମାନେ ସେହି କାମରେ ଲାଗିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ତଥା ଏନଡିଏ ସମ୍ମୁଖରେ ପ୍ରତିଦ୍ବନ୍ଦିତା କରୁଥିବା ବିରୋଧୀ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଆଜି ଦେଶର ସବୁଠୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା ଭଳି ରାଜ୍ୟରେ ୮୦ ଭାଗ ଲୋକ ମୋଦିଙ୍କୁ ପସନ୍ଦ କରୁଛନ୍ତି । ବିଜେପି ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇସାରିଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳ ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ ସଂଗଠନକୁ ମଜଭୁତ କରିବାର ଦାୟିତ୍ବ ନେଇଛି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରେ ଓଡିଶା ଦଖଲ ଷ୍ଟ୍ରାଟେଜି: ବିଜେପି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ଶାହ

ରାଜ୍ୟର ଦଳୀୟ ନେତୃବୃନ୍ଦମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତାମାନଙ୍କୁ ଭେଟି ସେମାନଙ୍କ ଠାରୁ ପରାମର୍ଶ ଓ ଆଶୀର୍ବାଦ ନେଇଛନ୍ତି । ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ବାର୍ତ୍ତାକୁ ପହଞ୍ଚାଇବା ଓ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରହିଛି । ଆସନ୍ତା ନିର୍ବାଚନ ପାଇଁ ଆମର ଯାହା ଦାୟିତ୍ବ ଅଛି ଆମେ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ପ୍ରକାଶ ଥାଉକି, ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଏବେଠୁ ଜୋରଦାର ହେଲାଣି ପ୍ରସ୍ତୁତି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହେଉଥିବା ବେଳେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କିଛି ଦିନ ତଳେ ଓଡ଼ିଶାର ବିଜେପି ବିଧାୟକ ଦଳ ଦିଲ୍ଲୀ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଏବଂ ଜେ.ପି. ନଡ୍ଡାଙ୍କୁ ଭେଟି ଓଡ଼ିଶା ଦଖଲ ପାଇଁ ଗୁରୁମନ୍ତ୍ର ଆଣିଥିଲେ । ସେପଟେ ରାଜ୍ୟର କଂଗ୍ରେସ ନେତୃବୃନ୍ଦ ମଧ୍ୟ ଦିଲ୍ଲୀ ଯାତ୍ରା କରି କେନ୍ଦ୍ର ନେତୃତ୍ବଙ୍କ ସହ ୨୦୨୪ ନିର୍ବାଚନ ପାଇଁ ଆଲୋଚନା କରିଥିଲେ ।

ABOUT THE AUTHOR

...view details