ଓଡିଶା

odisha

ETV Bharat / state

ରାଜ୍ୟ ରାଜନୀତିରେ କାମିଆ ଝଡ଼: ଭାବାବେଗ ସହ ନ ଖେଳିବା ଉଚିତ୍ କହିଲେ ଧର୍ମେନ୍ଦ୍ର - କାମିୟା ଜାନି

Kamiya Jani Beef Controversy: କାମିଆ ଜାନି ବିବାଦ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା । କହିଲେ ଓଡ଼ିଆଙ୍କ ଭାବାବେଗ ସହ ଖେଳିବା ଅନୁଚିତ୍ । ଅଧିକ ପଢନ୍ତୁ

କାମିୟା ଜାନି ବିବାଦ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା
କାମିୟା ଜାନି ବିବାଦ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା

By ETV Bharat Odisha Team

Published : Dec 23, 2023, 12:44 PM IST

Updated : Dec 23, 2023, 2:06 PM IST

ରାଜ୍ୟ ରାଜନୀତିରେ କାମିଆ ଝଡ଼

ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ଜଗା ଦର୍ଶନକୁ ନେଇ ରାଜ୍ୟ ରାଜନୀତିରେ ତେଜୁଛି ବିବାଦ । ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଭି.କେ. ପାଣ୍ଡିଆନ ଅପରାଧ କରିଛନ୍ତି ଏବଂ ଏଥିପାଇଁ ଦୁହିଁଙ୍କୁ ଗିରଫ କରାଯାଉ ବୋଲି ଦାବି କରୁଛି ବିଜେପି । ଏବେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ 5T ଅଧ୍ୟକ୍ଷ ପାଣ୍ଡିଆନକୁ ଘେରିଛନ୍ତି । କେନ୍ଦ୍ରମନ୍ତ୍ରୀ କାହାର ନାଁ ନନେଇ କହିଛନ୍ତି, ''ସବୁ ଓଡ଼ିଆ ଓ ସନାତନ ଧର୍ମୀଙ୍କ ପାଇଁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ କଲାଭଳି କାମ କେହି ନକରିବା ଉଚିତ୍ । ଜାଣତରେ ଅବା ଅଜାଣତରେ ଓଡ଼ିଆଙ୍କ ଭାବାବେଗ ସହ ନଖେଳିଲେ ଭଲ । ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ଭାବାବେଗକୁ ସମସ୍ତେ ସମ୍ମାନ ଦେବା ଉଚିତ୍ ।''

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଏହି ବିବାଦରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ୍ସରେ ଶ୍ରୀମନ୍ଦିର ପବିତ୍ରତା ନଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିରରେ ପବିତ୍ରତା ଉଲ୍ଲଘଂନ ଖୁବ୍ ଚିନ୍ତାର ବିଷୟ । ଭି.କେ. ପାଣ୍ଡିଆନଙ୍କ ଦ୍ବାରା ଜଣେ ଗୋମାଂସ ପ୍ରମୋଟରଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ଅନୁମତି ଦିଆଯିବା ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତା ପ୍ରତି ଉପେକ୍ଷା । ଏଥିପାଇଁ ଦାୟୀ ଲୋକଙ୍କ ବିରୋଧରେ ତ୍ବରିତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ୟୁଟ୍ୟୁବର ବ୍ଲଗର କାମିଆ ଜାନି ପୁରୀ ଆସିଥିଲେ । 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ତାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ କରାଇବା ସହ ଅବଢା ଖୁଆଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମଧ୍ୟ କାମିୟାଙ୍କୁ ଇଣ୍ଟରଭ୍ୟୁ ଦେଇଥିଲା ପାଣ୍ଡିଆନ । ଏହାର ଫଟୋ ଭିଡିଓ ସୋସିଆଲ ମିଡିଆ ସାଇଟରେ ଅପଲୋଡ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । କାରଣ ବ୍ଲଗର କାମିଆ ଜଣେ ଗୋମାଂସ ଭକ୍ଷଣକାରୀ ହୋଇଥିବା ବିଜେପି ଅଭିଯୋଗ ଆଣିଥିଲା । ଏହାସତ୍ତ୍ବେ ତାଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇବା ନେଇ ବିଜେଡି ନେତା ପାଣ୍ଡିଆନକୁ ଘେରିଥିଲା ବିଜେପି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ବିଜେପି ଇର୍ଷାନ୍ଵିତ: ବିଜେଡି

ବିଜେପି କହିଛି ଯେ, ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଖାଉଥିବା ଲୋକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବ ନାହିଁ । ତେଣୁ ଗୋମାଂସ ଭକ୍ଷଣକାରୀ କାମିଆ ଜାନିଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇ ଭି.କେ ପାଣ୍ଡିଆନ ଅପରାଧ କରିଛନ୍ତି । ସେମାନେ ଜଗନ୍ନାଥ ପ୍ରେମୀ ଓ ସନତନୀଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି । ଏହି ଅପରାଧ ପାଇଁ ଦୁହିଁଙ୍କ ବିରୋଧରେ ଆଇପିସିର ଧାନା ୨୯୫ ମାମଲା ରୁଜୁ କରାଯାଉ ବୋଲି ଦାବି କରିଛି ବିଜେପି । ଅନ୍ୟପଟେ କାମିଆ ଜାନି ଯଦିଓ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଗୋମାଂସ ଖାଆନ୍ତି ନାହିଁ ବୋଲି କହିଥିଲେ, ତଥାପି ଏହି ବିବାଦ ଥମିବାର ନାଁ ଧରୁନି । ଏହି ଘଟଣା ଏବେ 5T ଅଧ୍ୟକ୍ଷଙ୍କ ଅଡୁଆ ବଢାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2023, 2:06 PM IST

ABOUT THE AUTHOR

...view details