ETV Bharat Odisha

ଓଡିଶା

odisha

ETV Bharat / state

ଅର୍ଚ୍ଚନା ନାଗ କେଳେଙ୍କାରୀରେ ତଦନ୍ତ କରୁଛି ED, ଏମିତି କହିଲେ ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଏନେଇ ପ୍ରତିକ୍ରିୟା ରଖି ଦେଖ ଆଗକୁ କଣ ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଅର୍ଚ୍ଚନା ନାଗ କେଳେଙ୍କାରୀରେ ତଦନ୍ତ କରୁଛି ED, ଏମିତି କହିଲେ ଧର୍ମେନ୍ଦ୍ର
ଅର୍ଚ୍ଚନା ନାଗ କେଳେଙ୍କାରୀରେ ତଦନ୍ତ କରୁଛି ED, ଏମିତି କହିଲେ ଧର୍ମେନ୍ଦ୍ର
author img

By

Published : Nov 22, 2022, 4:49 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମାମଲାରେ ରାଜ୍ୟର ବହୁ ହେବିୱେଟ୍‌ ନେତା ଓ ସରକାରୀ ଅଧିକାରୀ ଜଡ଼ିତ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଗକୁ କଣ ହେଉଛି ଦେଖ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟରେ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା ନେଇ ଚର୍ଚ୍ଚା ଜୋର ଧରିଛି । ତଦନ୍ତ ପରେ ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ଚଲାଇଥିବା ସାମ୍ନାକୁ ଆସିଥିଲା । ଅନେକ ବଡବଡିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକମେଲିଂ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଏନେଇ ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଅର୍ଚ୍ଚନାକୁ ଗିରଫ କରିଥିଲା । ଏହାପରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ବର ଗିରଫ ହୋଇ ଜେଲରେ ଅଛନ୍ତି । ସେପଟେ ଅର୍ଚ୍ଚନାଙ୍କ ଆଲିଶାନ କୋଠା, ଦାମୀ କାର, କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ତାଟକା ହୋଇଯାଇଥିଲେ ରାଜ୍ୟବାସୀ । ଏହି ଘଟଣା ପରେ ଇଡି ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ବରକୁ ରିମାଣ୍ଡରେ ନେଇ ଅର୍ଚ୍ଚନାର ବେଆଇନ ସମ୍ପତ୍ତିର ଖୋଳତାଡ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...EDରେ ହାଜର ହେଲେ ଅକ୍ଷୟ ପରିଜା, ଖୋଲିବେ କି ଗୁମର ?

ତେବେ ଆଜି ଏନେଇ ଅର୍ଚ୍ଚନା ମାମଲାର ପ୍ରଥମ ଅଭିଯୋଗକାରୀ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଇଡିରେ ହାଜର ହୋଇଛନ୍ତି । ଆବଶ୍ୟକ ହେଲେ ଇଡି ପରବର୍ତ୍ତି ସମୟରେ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ଉଭୟଙ୍କୁ ସାମ୍ନା ସାମ୍ନି ରଖି ଜେରା କରିପାରନ୍ତି ବୋଲି ଆଲୋଚନା ହେଉଛି । ଜଣଙ୍କ ପରେ ଜଣଙ୍କୁ ପଚରାଉଚରା କରି ଆର୍ଥିକ କାରବାର ନେଇ ତଥ୍ୟ ହାସଲ କରୁଛି ଇଡି । ପ୍ରଥମେ ଅର୍ଚ୍ଚନାଙ୍କ ବାପା ପରେ ଜଗବନ୍ଧୁର ଭାଇ ଓ ଅର୍ଚ୍ଚନା ଚଳାଉଥିବା ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କ ପୁଅ ଇଡିରେ ହାଜର ହୋଇଥିଲେ । ଶୋରୁମ ମାଲିକ ଗାଡି କିଣା ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଥିଲେ । ଏହି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କୁ ୩୩ ଲକ୍ଷ ଟଙ୍କା ଦେଇଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ନାମ ଇଡି ହାତରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି ।

ତେବେ ଆଜି ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କେଳେଙ୍କାରୀରେ ରାଜ୍ୟର ଅନେକ ନେତା, ମନ୍ତ୍ରୀଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ବ୍ୟବସାୟୀ ମଧ୍ୟ ସାମିଲଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ ରିପୋଟରଙ୍କ ପ୍ରଶ୍ନର ଉତ୍ତର ରଖି ଧର୍ମେନ୍ଦ୍ର କହିଛନ୍ତି ଦେଖ ଆଗକୁ କଣ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details