ଓଡିଶା

odisha

By ETV Bharat Odisha Team

Published : Oct 5, 2023, 12:19 PM IST

ETV Bharat / state

ଉଜ୍ଜ୍ୱଳା ଗ୍ୟାସ ସବସିଡି ବୃଦ୍ଧି, ମାଆ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପୂଜା ଉପହାର କହିଲେ ଧର୍ମେନ୍ଦ୍ର

କେନ୍ଦ୍ର କ୍ୟାବିନେଟରେ ଉଜ୍ଜ୍ୱଳା ଗ୍ୟାସର ମୂଲ୍ୟ ପୁଣି ହ୍ରାସ ନିଷ୍ପତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଣିକି 200 ନୁହେଁ 300 ଟଙ୍କା ମିଳିବ ସବସିଡି । ଅଧିକ ପଢନ୍ତୁ

union minister Dharmendra pradhan
Dharmendra pradhan on lpg price readuction

ଭୁବନେଶ୍ବର:କେନ୍ଦ୍ର କ୍ୟାବିନେଟରେ ଉଜ୍ଜ୍ୱଳା ଗ୍ୟାସର ମୂଲ୍ୟ ପୁଣି ହ୍ରାସ ପାଇଛି । କାରଣ ପୂର୍ବରୁ ମିଳୁଥିବା 200 ଟଙ୍କା ସବସିଡିକୁ 300 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍‌ ଟ୍ୱିଟ୍‌ କରିଛନ୍ତି । ନବରାତ୍ରୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମାଆ ଭଉଣୀଙ୍କୁ ପୁଣି ଥରେ ଉପହାର ଦେଇଥିବା ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର କ୍ୟାବିନେଟ୍‌ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଗ୍ୟାସ୍‌ ମୂଲ୍ୟ କମାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରାତ୍ରୀ ଏବଂ ଆସୁଥିବା ପର୍ବପର୍ବଣୀ ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶର ମାଆ, ଭଉଣୀଙ୍କୁ ଉପହାର ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ବି ପଢନ୍ତୁ...ମହିଳାଙ୍କ ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ, "ଆରମ୍ଭ ହେବାକୁ ଥିବା ନବରାତ୍ରୀ ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶର ମାଆ ଓ ଉଭଣୀଙ୍କୁ ଉପହାର ଦେଇଛନ୍ତି । ଉଜ୍ଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସର ପ୍ରତି ସିଲିଣ୍ଡର ପ୍ରତି 200 ଟଙ୍କା ସବସିଡି ବଢି 300 ଟଙ୍କା କରିବାକୁ ନିଷ୍ପତ୍ତି ହୋଇଛି । ଏହି ନିର୍ଣ୍ଣୟରେ କୋଟି କୋଟି ପରିବାର ଉପକୃତ ହେବେ । ଉଜ୍ବଳା ଲାଭାର୍ଥୀଙ୍କୁ ଆଗରୁ 200 ସବିସିଡି ଦିଆଯାଉଥିଲା । ଅଗଷ୍ଟରେ 200 ଆଜି 100 ଟଙ୍କା ହ୍ରାସ ପରେ ଉଜ୍ଜ୍ବଳା ଲାଭାର୍ଥୀ ଏବଂ ଏଲିପିଜି ସିଲିଣ୍ଡର ପିଛା 500 ଟଙ୍କା କମରେ ପାଇବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି । ମହିଳାଙ୍କ ଲୁହ ପୋଛିବାକୁ, ଉନ୍ନତ ସ୍ବାସ୍ଥ୍ୟ ଓ ସମ୍ମାନ ଏବଂ ସଶକ୍ତିକରଣକୁ ନେଇ ଦେଶରେ ଏହାଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଗରିବ ଏବଂ ମହିଳା କଲ୍ୟାଣ ଦିଗରେ ଜନହୌତେଶି ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ।"

ଏହା ବି ପଢନ୍ତୁ...ଉତ୍କଳ ବିଶ୍ଵବିଦ୍ୟାଳୟରେ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ, ସାମିଲ ହେଲେ 2 କେନ୍ଦ୍ରମନ୍ତ୍ରୀ

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୯ ତାରିଖରେ ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ LPG ହିତାଧିକାରୀଙ୍କ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା କମ୍ କରିବା ସହ ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ନିଷ୍ପତି ଫଳରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମଧ୍ୟ ପୂର୍ବ ମୂଲ୍ୟକୁ ହ୍ରାସ କରି ଗ୍ୟାସ ମୂଲ୍ୟ ଉପରେ ମୋଟ ୪୦୦ ଟଙ୍କାର ଛାଡ଼ ମିଳିଥିଲା । ଏବେ ପୁଣି ଥରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୧୦୦ ଟଙ୍କା କମିବା ସ୍ୱାଗତଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ABOUT THE AUTHOR

...view details