ଓଡିଶା

odisha

By

Published : Nov 17, 2022, 8:41 AM IST

ETV Bharat / state

ଫସଲ ବୀମା ଯୋଜନାରେ ହେରଫେର, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ବରଗଡ ଜିଲ୍ଲାର ବିଭିନ୍ନ କୃଷକ ସମୂହ ପ୍ରତିନିଧିଙ୍କ ସହ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘରୋଇ ବୀମା କମ୍ପାନୀ ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କ ଚଞ୍ଚକତା ଅଭିଯୋଗ କରି ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ଫସଲ ବୀମା ଯୋଜନାରେ ହେରଫେର, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ଫସଲ ବୀମା ଯୋଜନାରେ ହେରଫେର, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲାର ବିଭିନ୍ନ କୃଷକ ସମୂହ ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷି ଭବନଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ 2021 ମସିହା ଖରିଫ ଋତୁ ମରୁଡିରେ ଘରୋଇ ବୀମା କମ୍ପାନୀ ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କ ଚଞ୍ଚକତା ଅଭିଯୋଗ କରି ଆଲୋଚନା କରିଛନ୍ତି ।

2021 ଖରିଫ ଋତୁରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ବରଗଡ଼ ଜିଲ୍ଲାର ପଦ୍ମପୁର, ଝାରବନ୍ଧ, ଗାଇସିଲଟ, ବିଜେପୁର, ସୋହେଲା, ପାଇକମାଳ ଏବଂ ବିଜେପୁର ବ୍ଲକରେ ଫସଲ ବୀମା ଦାୟିତ୍ବ ଘରୋଇ ବୀମା କମ୍ପାନୀ ଏଚଡିଏଫସି ଏର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡକୁ ଦିଆଯାଇଥିଲା । ତେବେ ଉପୁଜି ଥିବା ମରୁଡି ସ୍ଥିତିରେ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଶସ୍ୟ କାଟ ପରୀକ୍ଷଣ (ସିସିଇ) ତଥ୍ୟ ଏବଂ ବୀମା କମ୍ପାନୀ ଦ୍ବାରା ଉକ୍ତ ଅମଳ ତଥ୍ୟର ହେରଫେର ହେତୁ ଚାଷୀମାନଙ୍କୁ ଆଶାତୀତ ବୀମା ରାଶି ତୁଳନାରୁ କମ ବୀମା ରାଶି ପୈଠ କରାଯାଉଥିବା ଅଭିଯୋଗ ହୋଇଛି ।

ଓଡିଶାରେ ଶସ୍ୟ କାଟ ପରୀକ୍ଷଣ (ସିସିଇ) ଗୁଡିକୁ ସୁରୁଖୁରୁରେ ପରିଚାଳନା କରିବାର ଦାୟିତ୍ବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ଏବଂ ଯୋଜନା ଓ ସମନ୍ଵୟ ବିଭାଗର ଅଧିକାରୀମାନଙ୍କୁ ନ୍ୟସ୍ତ କରାଯାଇଛି । ଏହାର ତଦାରଖ ଜଣେ ଏଡିଏମ ମାନ୍ୟତା ଅଧିକାରୀଙ୍କ ଦାୟିତ୍ବ ଅଟେ । ତେବେ ଘରୋଇ ବୀମା କମ୍ପାନୀ ଏବଂ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ବୀମା କମ୍ପାନୀ ଗୁଡିକୁ ସୁହାଇବା ପାଇଁ ଉପଯୁକ୍ତ ଟେକ୍ନୋଲୋଜିର ବ୍ୟବହାର ବିନା ଅବୈଜ୍ଞାନିକ ଭାବରେ ଶସ୍ୟ କାଟ ପରୀକ୍ଷଣ କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଓ ଉପସ୍ଥିତ କୃଷକ ସମୂହର ପ୍ରତିନିଧି ଗଣ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଏକ ବିସ୍ତୃତ ଗ୍ରାମ ପଞ୍ଚାୟତ ଅନୁଯାୟୀ ବୀମା ରାଶିର ଆଶାତୀତ ପରିମାଣ ଓ ପ୍ରକୃତ ଦେୟ ପରିମାଣ ଏକ ଚିଠା ମଧ୍ୟ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details