ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ଦମନର ସଫଳତା ନେଇ ଚାରିଆଡେ ଚର୍ଚ୍ଚା । ଜାତୀୟସ୍ତରରେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ପ୍ରଶଂସା ସାଉଁଟି ଚାଲିଛି । ଏହି ପରିପ୍ରେକ୍ଷୀରେ ‘ଦମନ’ର ନିର୍ଦ୍ଦେଶକ, ପ୍ରଯୋଜକ ଓ କାର୍ଯ୍ୟକାରୀ ପ୍ରଯୋଜକଙ୍କୁ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି । ଓଡ଼ିଆ ଜନମାନସରେ ଆଦୃତ ହୋଇଥିବା ଏହି ଚଳଚ୍ଚିତ୍ର ଯୁବ ସମାଜକୁ ପ୍ରେରିତ କରିବ । ଏହାର ପୂର୍ଣ୍ଣ ସଫଳତା କାମନା କରିବା ସହ ‘ଦମନ’ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଧର୍ମେନ୍ଦ୍ର ଅଭିନନ୍ଦନ ଜଣାଇଛନ୍ତି ।
ଦମନ ଚଳଚ୍ଚିତ୍ର ଟିମକୁ ଭେଟିଲେ ଧର୍ମେନ୍ଦ୍ର, ସଫଳତା ପାଇଁ ଜଣାଇଲେ ଅଭିନନ୍ଦନ
‘ଦମନ’ର ନିର୍ଦ୍ଦେଶକ, ପ୍ରଯୋଜକ ଓ କାର୍ଯ୍ୟକାରୀ ପ୍ରଯୋଜକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ସଫଳତା ପାଇଁ ସଭିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ
ଚଳଚ୍ଚିତ୍ର 'ଦମନ' ଏକ ମୌଳିକ କାହାଣୀ ଉପରେ ଅଧାରିତ । ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଟିକସ ମୁକ୍ତ କରିଛନ୍ତି । ଏପରିକି ପ୍ରତି ଜିଲ୍ଲାରେ ମଧ୍ୟ ଏହା ପ୍ରଦର୍ଶିତ ହୋଇଛି । ଚଳଚ୍ଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଦମନର ଲୋକପ୍ରିୟତା ବଢିବାରେ ଲାଗିଛି । ଚଳଚ୍ଚିତ୍ରର ଲେଖକ ଦେବୀ ପ୍ରସାଦ ଲେଖା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ । ସିନେମାର କାହାଣୀ ଏହଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ୍ ଛୁଇଁଥିଲା । ଅଭିନେତା ବାବୁସାନ୍ଙ୍କ ନିଖୁଣ ଅଭିନୟ ମଧ୍ୟ ସମସ୍ତଙ୍କ ହୃଦୟ ଜିଣିଛି । ଏହା ହିନ୍ଦୀ ଭାଷାରେ ଡବିଂ ହେଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ ।
ଇଟିଭି ଭାରତ, ଭୁବନେଶ୍ବର