ଓଡିଶା

odisha

ETV Bharat / state

ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବ AR ଏବଂ VR: ଧର୍ମେନ୍ଦ୍ର ପ୍ରଧାନ

ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

IIT ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
IIT ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Jun 9, 2023, 10:39 PM IST

ଭୁବନେଶ୍ବର:ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେଣ୍ଟରଟି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ । ଏହି ଅବସରରେ ସେଣ୍ଟରରେ ବିଭିନ୍ନ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।

ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଏଆର ଏବଂ ଭିଆର ପାଖରେ ଅପାର ସାମର୍ଥ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହିଭଳି ଭାବେ ଆଇଆଇଟି ଭୁବନେଶ୍ୱର ନ୍ୟୁ ଇଣ୍ଡିଆର ପରିବର୍ତ୍ତିତ ଆକାଂକ୍ଷା ସହ ତାଳ ଦେଇ ନବସୃଜନ ଏବଂ ସମାଧାନର ସ୍ଥାନୀୟକରଣ କରିବା ଉପରେ ଗୁରୁତ୍ୱ ଦେବା ଦରକାର । ଆଇଆଇଟି ଭୁବନେଶ୍ୱର ଉନ୍ନତମାନର ପରୀକ୍ଷାମୂଳକ ସୁବିଧା ପ୍ରଦାନ କରିବା ପାଇଁ ଦୁଇଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରଶଂସନୀୟ । ଗୋଟିଏ ମ୍ୟାଟେରିଆଲ ପଦ୍ଧତିକୁ ଜାଣିବା ସହ ପ୍ରକ୍ରିୟାକରଣ, ଉତ୍ପାଦନ କେନ୍ଦ୍ର ଏବଂ ଅନ୍ୟଟି ହେଲା ଲାବୋରେଟୋରୀ ଗ୍ରୋନ ଡାଇମଣ୍ଡ କେନ୍ଦ୍ର । ଏହି ସୁବିଧା ଶିକ୍ଷାନୁଷ୍ଠାନର ଗବେଷଣା ଓ ବିକାଶ ଏବଂ ନବସୃଜନ କ୍ଷେତ୍ରକୁ ସମ୍ପ୍ରସାରଣ କରିବ ।

ସେହିପରି ମ୍ୟାଟେରାଲ ସାଇନ୍ସରେ ନବସୃଜନ ଏବଂ ଗବେଷଣାକୁ ସୁଦୃଢ଼ କରିବ । ଶିଳ୍ପ- ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶରେ ସହାୟତା କରିବ । ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ନିଯୁକ୍ତି ବୃଦ୍ଧି କରିବ ଏବଂ ଭାରତକୁ ଆତ୍ମନିର୍ଭର କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଯୁବକମାନଙ୍କ ମନରେ ସାମାଜିକ ଦାୟିତ୍ୱ ସୃଷ୍ଟି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଦର୍ଶନ ଅନୁଯାୟୀ ବୈଶ୍ୱିକ ନାଗରିକ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ । ଏକ ଆଧୁନିକ, ସାଂସ୍କୃତିକ ଭିତ୍ତିକ ଓ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଇଆଇଟି ଭୁବନେଶ୍ୱର ସମେତ ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆଇଜର ବ୍ରହ୍ମପୁରର ଭିତ୍ତିଭୂମି, ରିସର୍ଚ୍ଚ ପ୍ରଜେକ୍ଟ ଏବଂ ଏକାଡେମିକ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details