ଓଡିଶା

odisha

ETV Bharat / state

ଅନ୍ତିମ ସଂସ୍କାର ପାଇଁ ଦରକାର ନାହିଁ କାଠ, ଲୋକାର୍ପିତ ହେଲା ଗ୍ୟାସ ଶବଦାହ ଗୃହ - ଗ୍ୟାସ ଶବଦାହ ଗୃହ

ଏଣିିକି ଅନ୍ତିମ ସଂସ୍କାର ପାଇଁ ଦାରକର ପଡିବ ନାହିଁ କାଠ । ଭୁବନେଶ୍ବରର ଧର୍ମ ବିହାରରେ ଉଦଘାଟନ ହୋଇଛି ଗ୍ୟାସ ଆଧାରିତ ଶବଦାହ ଗୃହ । ଅଧିକ ପଢନ୍ତୁ

natural gas based crematorium in Bhubaneswar
ଗ୍ୟାସ ଶବଦାହ ଗୃହ ଲୋକାର୍ପିତ

By

Published : Aug 18, 2023, 2:52 PM IST

ଲୋକାର୍ପିତ ହେଲା ଗ୍ୟାସ ଶବଦାହ ଗୃହ

ଭୁବନେଶ୍ବର: ଏଣିକି ମୃତଦେହ ସଂସ୍କାର ପାଇଁ ଆଉ ଦରକାର ପଡିବ ନାହିଁ କାଠ । ଗ୍ୟାସରେ ହୋଇପାରିବ ଅନ୍ତିମ ସଂସ୍କାର । ଭୁବନେଶ୍ବରରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ଶବଦାହ ଗୃହ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଧର୍ମ ବିହାରରେ ଏହି ଅତ୍ୟାଧୁନିକ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ଲୋକାର୍ପିତ କରିଛନ୍ତି । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏପରି ଏକ ଶବଦାହ ଗୃହ ଉଦଘାଟନ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରାକୃତିକ ଗ୍ୟାସରେ ଶବଦାହ ହୋଇପାରିବ । ଯାହା ପରିବେଶ ପାଇଁ ହିତକର । ପ୍ରଥମଥର ପାଇଁ ଭବୁନେଶ୍ବରର ଧର୍ମ ବିହାରରେ ଏହି ଶବଦାହ କେନ୍ଦ୍ରର ଉଦଘାଟନ ହୋଇଛି । 16 କୋଟି ବ୍ୟୟରେ ଭୁବନେଶ୍ବର ଓ କଟକରେ ଗେଲ୍ ଇଣ୍ଡିଆ 3ଟି ପ୍ରାକୃତିକ ଗ୍ଯାସ ଆଧାରିତ ଶବଦାହ କେନ୍ଦ୍ର ନିର୍ମାଣ କରୁଥିବା ବେଳେ ଆଜି ପ୍ରଥମେ ଖଣ୍ଡଗିରି ସ୍ଥିତ ଧର୍ମବିହାରର ଏହାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗକୁ ଆଇଗିଣିଆ ଏବଂ ପରେ କଟକ ଖାନ୍ ନଗରରେ ମଧ୍ୟ ଏହି ପରି ଅତ୍ୟାଧୁନିକ ଶବଦାହ କେନ୍ଦ୍ର ଉଦଘାଟନ କରାଯିବାକୁ ଲକ୍ଷ୍ୟ ରହିଛି । ଏଥିରେ ଶବଦାହ ବ୍ୟବସ୍ଥା ଶୁଦ୍ଧ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହ ବାୟୁମଣ୍ଡଳରେ ସୁଧାର ଏବଂ ଅଙ୍ଗାରକ ନିଗର୍ମନ ହ୍ରାସ କରିବ । ଧର୍ମବିହାରରେ ଉଦଘାଟିତ ଶବଦାହ କେନ୍ଦ୍ରରେ 2ଟି ଚୁଲି ରହିଛି । ସିଏନ୍‌ଜି ମଧ୍ୟରେ ଗୋଟିଏ ମୃତଦେହକୁ ଦାହ କରିବାକୁ ଘଣ୍ଟାଏ ସମୟ ଲାଗିବ । ଏହାର ରକ୍ଷାଣବେକ୍ଷଣ ପାଇଁ ବିଏମ୍‌ସିକୁ ଦାୟିତ୍ବ ଦିଆଯାଇଛି ।

ଏହା ବି ପଢନ୍ତୁ...Metro Project: ବାବୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୁଏନି, କଟାକ୍ଷ କଲେ ଧର୍ମେନ୍ଦ୍ର

ଭୁବନେଶ୍ବରରେ ଶବଦାହ ଗୃହର ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ମୋଦି ସରକାର ସହରାଞ୍ଚଳର ବିକାଶ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତ ଯାନ ଏବଂ ସିଏନ୍‌ଜି ଚାଳିତ ଗାଡ଼ି ଉପରେ ଧ୍ୟାନ ଦେଉଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ବର ସମେତ ସବୁ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ଆମ ସମସ୍ତଙ୍କ ଦାୟିତ୍ବ । ଏହାକୁ ଆମେ ସମସ୍ତେ ଜନଆନ୍ଦୋଳନରେ ପରିଣତ କରିବା ଦରକାର ।

ସେ ଆହୁରି କହିଛନ୍ତି, "ଗେଲ୍ ଇଣ୍ଡିଆ ସହଭାଗିତାରେ ଆଜି ଭୁବନେଶ୍ବର ଧର୍ମବିହାରରେ ରାଜ୍ୟର ପ୍ରଥମ ଗ୍ୟାସ ଆଧାରିତ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟନ ହୋଇଛି । ଆଗକୁ ଆଇଗିଣିଆ ଓ କଟକ ଖାନ ନଗରରେ ଏହିପରି ଶ୍ମଶାନ ଗୃହର ଉଦଘାଟନ ହେବ । ଏଥିପାଇଁ ମୋଟ 16 କୋଟି 37 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମୋଦି ସରକାରଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତର ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୁତ କରାଯାଇଛି । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ଇଜ୍‌ ଅଫ୍‌ ଲିଭିଂ' କଳ୍ପନାରେ ଏହି ଅତ୍ୟାଧୁନିକ ଶବଦାହ ଗୃହ ନିର୍ମାଣ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details