ଓଡିଶା

odisha

ETV Bharat / state

Gobinda Sahu Suicide Case: CBI ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - Gobinda Sahu DeathCase

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହାଜତରେ ଆତ୍ମହତ୍ୟା ଘଟଣା (Gobinda Sahu Death Case) । ପୁରା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Dec 22, 2022, 4:51 PM IST

Union Minister Dharmendra Pradhan

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହାଜତରେ ଆତ୍ମହତ୍ୟା ଘଟଣା (Gobinda Sahu Death Case) । ପୁରା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ।

ଏହାବି ପଢନ୍ତୁ- National Mathematics Day: ବିଶିଷ୍ଟ ଗଣିତଜ୍ଞ ରାମାନୁଜନଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ ଗଣିତ ଦିବସ

ଧର୍ମେନ୍ଦ୍ର ମମିତା ମେହେରଙ୍କ ଡିଏନଏ ରିପୋର୍ଟରେ ଥିବା ଅସାମଞ୍ଜ୍ୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର ଆହୁରି କହିଛନ୍ତି, ‘‘ପୁରା ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର । ରାଜ୍ୟ ସରକାରଙ୍କ ଗୃହ ବିଭାଗ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ଜରୁରୀ ।’’

ରାଜ୍ୟ ସରକାର ନିଜ ନିରପେକ୍ଷତା ଓ ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ କରାଇବା ଦରକାର । ଆମ ଦଳ ସିବିଆଇ ତଦନ୍ତ ଦାବି କରିଛି, ମୁଁ ବି ଦଳର ଦାବି ସହ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାବି ପଢନ୍ତୁ- ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, କଣ୍ଟାବାଞ୍ଜି ଜେଲରେ କ୍ରାଇମ ବ୍ରାଞ୍ଚର ଛାନଭିନ୍‌

ଧର୍ମେନ୍ଦ୍ର ଆହୁରି କହିଛନ୍ତି ହାଜତ ଭିତରେ କେମିତି ମୃତ୍ୟୁ ହେଲା ? ଗୋବିନ୍ଦ ସାହୁଙ୍କର ଏବଂ ଡିଏନଏ ରିପୋର୍ଟରେ କିପରି ଅସାମଞ୍ଜସ୍ୟ ରହୁଛି ଏହାର ଜବାବ ଦାୟିତ୍ବରେ ଥିବା ଲୋକଙ୍କୁ ଦେବାକୁ ପଡିବ । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ନେଇ ପୋଲିସ ବିଭାଗ ସୂଚନା ଦେଉଥିବା ବେଳେ କେଉଁ ପରିସ୍ଥିତିରେ ସୁରକ୍ଷା ବଳୟ ଭିତରେ ଆତ୍ମହତ୍ୟା କଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details