ଓଡିଶା

odisha

ETV Bharat / state

Train Accident: କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ

ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଅଧିକ ପଢ଼ନ୍ତୁ

odisha train mishap
ବାଲେଶ୍ବର ଟ୍ରେନ ଦୁର୍ଘଟଣା

By

Published : Jun 4, 2023, 4:49 PM IST

Updated : Jun 4, 2023, 5:01 PM IST

ବାଲେଶ୍ବର ଟ୍ରେନ ଦୁର୍ଘଟଣା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଟ୍ରେନ ଦୁର୍ଘଟଣାରେ ଚିକିତ୍ସା ହେଉଥିବା ଆହତଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଚିକିତ୍ସା ନେଇ କ୍ୟାପିଟାଲ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନା ମୁତାବକ, କ୍ୟାପିଟାଲ ହସ୍ପିଟାଲରେ ମୋଟ ୬ ଜଣ ଯାତ୍ରୀ ଚିକିତ୍ସା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ ଆହତ ଥିବା ୫ ଜଣଙ୍କୁ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ଜଣେ ଗଭୀର ଆହତ ଯୁବକଙ୍କର ଚିକିତ୍ସା ଚାଲିଛି । ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ସଚ୍ଚିତାନଦ ସାହୁ । ତାଙ୍କ ମେରୁଦଣ୍ଡରେ ଆଘାତ ହୋଇଥିବା ଯୋଗୁଁ ଆବଶ୍ୟକ ପଡ଼ିଲେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏଠାରେ ମୋଟ ୧୪ଟି ମୃତ ଶରୀର କ୍ୟାପିଟାଲ ହସ୍ପିଟାଲର ମୃତଦେହ ଗୃହ ରହିଥିବା ବେଳେ ତାଙ୍କୁ ଚିହ୍ନଟ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଡା. ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " କ୍ୟାପିଟାଲ ହସ୍ପିଟାଲରେ କେତେ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଅବଗତ କରାଯାଇଥିଲା । ଚିକିତ୍ସିତ ହେଉଥିବା ଜଣେ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଡାକ୍ତରଖାନା ମୃତଦେହ ଗୃହରେ ଥିବା ୧୪ଟି ମୃତ ଶରୀର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା କାହାର ପରିବାର ଲୋକ ଚିହ୍ନଟ ପାଇଁ ଆସିନାହାନ୍ତି ।

ଅନ୍ୟପଟେ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯୁବକ ସଚିତାନନ୍ଦ ସାହୁଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଆହତଙ୍କ ଠାରୁ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଛନ୍ତି ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା ସହ ଆଶ୍ୱାସନା ଦେଇଛନ୍ତି । ମନ୍ତ୍ରୀଙ୍କ ପରିଦର୍ଶନ ପରେ ସଚ୍ଚିତାନନ୍ଦ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, " ଦୁର୍ଘଟଣା ଦିନ ମୁଁ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିଲି । ମୁଁ ବସିବାର ୧୫ ମିନିଟ ପରେ ହଠାତ ଟ୍ରେନ ଖୁବ ଜୋରରେ ଶବ୍ଦ ହେବା ପରେ ଟ୍ରେନର ବଗି ଗୁଡ଼ିକ ଓଲଟିବାରେ ଲାଗିଲା । ଏହାପରେ ମୁଁ ଚେତାଶୂନ୍ୟ ହୋଇଯାଇଥିଲି । ଅନେକ ସମୟ ଚେତାଶୂନ୍ୟ ହୋଇ ରହିବା ପରେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ ।" ଏବେ ସେ ଟିକେ ସୁସ୍ଥ ଅଛନ୍ତି କିନ୍ତୁ କଥା ହେବା ବେଳେ ଯନ୍ତ୍ରଣା ଅନୁଭବ ହେଉଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 4, 2023, 5:01 PM IST

ABOUT THE AUTHOR

...view details