ଓଡିଶା

odisha

ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅବହେଳା, ପଞ୍ଚାୟତରେ ଭତ୍ତା ଦେବା ବ୍ୟବସ୍ଥା କରୁ କେନ୍ଦ୍ର: ବିଜେଡି

By

Published : Jun 23, 2023, 7:31 AM IST

Updated : Jun 23, 2023, 11:50 AM IST

ବିଜେଡି ମୁଖପାତ୍ର କହିଛନ୍ତି ଯେ, ଓଡ଼ିଶାର ୨୮ ଲକ୍ଷ ଲୋକ ମଧୁ ବାବୁ ପେନସନ ପାଉଛନ୍ତି । ଯେଉଁଥିରେ ବୃଦ୍ଧବୃଦ୍ଧା ପେନସନ ଏବଂ ଭିନ୍ନକ୍ଷମ ପେନସନ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ସେମାନଙ୍କ ପେନସନ ପ୍ରଦାନ କରୁଛନ୍ତି । ଯାହା ଦ୍ୱାରା ସେମାନେ ସେମାନଙ୍କ ପେନସନ ପାଇବାରେ ହଇରାଣ ହେବେ ନାହିଁ । ଅଧିକ ପଢନ୍ତୁ

କେନ୍ଦ୍ର ଦ୍ବାରା ଓଡିଶାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଐତିହାସିକ ଅବହେଳା : ବିଜେଡି
କେନ୍ଦ୍ର ଦ୍ବାରା ଓଡିଶାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଐତିହାସିକ ଅବହେଳା : ବିଜେଡି

ପଞ୍ଚାୟତରେ ଭତ୍ତା ଦେବା ବ୍ୟବସ୍ଥା କରୁ କେନ୍ଦ୍ର

ଭୁବନେଶ୍ବର: ଓଡିଶାରେ ଜାତୀୟ ପେନସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି । ଯେଉଁଥିରୁ ୫୦% ଅର୍ଥ ଓଡିଶା ସରକାର ବହନ କରୁଛନ୍ତି । ବୃଦ୍ଧାବସ୍ଥା ଏବଂ ଭିନ୍ନକ୍ଷମ ପେନସନ ସମେତ ଜାତୀୟ ପେନସନ ହିତାଧିକାରୀ ସେମାନଙ୍କ ପେନସନ ପାଇଁ ଗ୍ରାମାଞ୍ଚଳରେ ଅବସ୍ଥିତ ବ୍ୟାଙ୍କକୁ ବହୁ ଦୂର ଯାତ୍ରା କରିବାକୁ ପଡୁଛି । ବ୍ୟାଙ୍କ୍‍ ଶାଖା ଅଭାବରୁ ହଟହଟା ହେଉଛନ୍ତି ବୃଦ୍ଧବୃଦ୍ଧା । ଲୋକେ ହଇରାଣ ହେଉଥିବାବେଳେ ବିଜେପି ମନ୍ତ୍ରୀ ଓ ନେତାଙ୍କ ପାଟି ଖୋଲୁନି । ମଧୁବାବୁ ପେନସନ ଢାଞ୍ଚାରେ ଏହି ଜାତୀୟ ପେନସନ ଦେବାକୁ ବିଜେଡିର ଦାବି କରିଛି । ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଓମ ପ୍ରକାଶ ସାହୁ ।

ବିଜେଡି ମୁଖପାତ୍ର କହିଛନ୍ତି ଯେ, ଓଡ଼ିଶାର ୨୮ ଲକ୍ଷ ଲୋକ ମଧୁ ବାବୁ ପେନସନ ପାଉଛନ୍ତି । ଯେଉଁଥିରେ ବୃଦ୍ଧବୃଦ୍ଧା ପେନସନ ଏବଂ ଭିନ୍ନକ୍ଷମ ପେନସନ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ସେମାନଙ୍କ ପେନସନ ପ୍ରଦାନ କରୁଛନ୍ତି । ଯାହା ଦ୍ୱାରା ସେମାନେ ସେମାନଙ୍କ ପେନସନ ପାଇବାରେ ହଇରାଣ ହେବେ ନାହିଁ । ଓଡିଶାରେ ଉପଯୁକ୍ତ ବ୍ୟାଙ୍କିଙ୍ଗ କଭରେଜ ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ବ୍ୟାଙ୍କଗୁଡିକ ହିତାଧିକାରୀଙ୍କ ନିଜ ଗ୍ରାମଠାରୁ ବହୁ ଦୂରରେ ଅବସ୍ଥିତ । କେନ୍ଦ୍ର ଦ୍ୱାରା ଓଡିଶାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଐତିହାସିକ ଅବହେଳା ହେତୁ ଓଡିଶାର ବ୍ୟାଙ୍କିଙ୍ଗ ନେଟୱାର୍କ ଅତ୍ୟନ୍ତ ଦୁର୍ବଳ ଏବଂ ୬୦% ରୁ ଅଧିକ ପଞ୍ଚାୟତରେ ଆଜି ମଧ୍ୟ କୌଣସି ବ୍ୟାଙ୍କ ସେବା ମିଳିପାରୁ ନାହିଁ ।

ଉଭୟ କହିଛନ୍ତି ଯେ, ବିଜୁ ଜନତା ଦଳ ଓଡିଶାରେ ବ୍ୟାଙ୍କିଙ୍ଗ କଭରେଜ ଏବଂ ନେଟୱାର୍କର ଉନ୍ନତି ପାଇଁ ଦଶନ୍ଧି ପୂର୍ବରୁ କେନ୍ଦ୍ର ସମ୍ମୁଖରେ ଦାବି କରିଆସୁଛନ୍ତି । ହେଲେ ଏଥିରେ କୌଣସି ସୁଫଳ ମିଳୁନାହିଁ । ତେବେ ଏହା ଆଶ୍ଚର୍ଯ୍ୟଜନକ ଯେ ଓଡିଶା ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି । ଓଡିଶାର ବ୍ୟାଙ୍କିଙ୍ଗ କଭରେଜରେ ଉନ୍ନତି ଆଣିବା ପାଇଁ ନିଜ ଦଳ ନେତୃତ୍ୱରେ ଚାଲୁଥିବା କେନ୍ଦ୍ର ଆଗରେ ସ୍ବର ଉତ୍ତୋଳନ କରୁନାହାଁନ୍ତି । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଚୁପ ରହିଛନ୍ତି । ରାଜ୍ୟରେ ବ୍ୟାଙ୍କିଙ୍ଗ କଭରେଜ ଯୋଗୁଁ ଅସୁବିଧା ଭୋଗୁଥିବା ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ପାଟି ଫିଟାଉ ନାହାନ୍ତି ।

ତେଣୁ ବିଜେଡି ଦାବି କରିଛି ଯେ, କେନ୍ଦ୍ର ଓଡିଶାରେ ବ୍ୟାଙ୍କିଙ୍ଗ କଭରେଜକୁ ଶୀଘ୍ର ବଢାଉ । ଯାହା ଦ୍ବାରା ଜାତୀୟ ପେନସନ ପାଉଥିବା ବୃଦ୍ଧବୃଦ୍ଧା ତଥା ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ପେନସନ ପାଇବା ପାଇଁ ବହୁ ଦୂରରେ ଅବସ୍ଥିତ ବ୍ୟାଙ୍କକୁ ଦୀର୍ଘ ସମୟ ଯାତ୍ରା କରିବାକୁ ପଡ଼ିବ ନାହିଁ । ତେଣୁ ରାଜ୍ୟ ସରକାର ଯେଭଳି ପଞ୍ଚାୟତ ସ୍ତରରେ ମଧୁବାବୁ ପେନସନ ପ୍ରଦାନ କରୁଛନ୍ତି ଅନୁରୂପ ଭାବେ ପଞ୍ଚାୟତ ସ୍ତରରେ ଜାତୀୟ ପେନସନ ପ୍ରଦାନ ଲାଗି ଉଭୟ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 23, 2023, 11:50 AM IST

ABOUT THE AUTHOR

...view details