ଓଡିଶା

odisha

ଦାରିଦ୍ର୍ୟ କମିବା ନେଇ ବାହାସ୍ଫୋଟ ମାରିବା ଛାଡନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର

By

Published : Jul 18, 2023, 9:32 PM IST

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଦାରିଦ୍ର୍ୟ କମିବା ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାହାସ୍ଫୋଟ ମାରିବା ଛାଡନ୍ତୁ । ନୀତି ଆୟୋଗର ନିଜ ରିପୋର୍ଟ ନିଜେ ଦେଖନ୍ତୁ । ଅଧିକ ପଢନ୍ତୁ

ଦାରିଦ୍ର୍ୟ କମିବା ନେଇ ବାହସ୍ପଟ ମାରିବା ଛାଡନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର
ଦାରିଦ୍ର୍ୟ କମିବା ନେଇ ବାହସ୍ପଟ ମାରିବା ଛାଡନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର

ଦାରିଦ୍ର୍ୟ କମିବା ନେଇ ବାହାସ୍ଫୋଟ ମାରିବା ଛାଡନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରକାଶ ପାଇଛି ନୀତି ଆୟୋଗ ରିପୋର୍ଟ । ଗତ ୫ ବର୍ଷ ଭିତରେ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ୬୨ ଲକ୍ଷ ୬୨ ହଜାର ୮୫୨ । ଏବେବି ରାଜ୍ୟର ଆଦିବାସୀ ବହୁଳ ଓ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଦାରିଦ୍ର୍ୟ ହାର ବେଶ ଚିନ୍ତାଜନକ । ମାଲକାନାଗିରିର ଦାରିଦ୍ର୍ୟ ହାର ରାଜ୍ୟର ସର୍ବାଧିକ । ଏଠାରେ ୪୫ ଦଶମିକ ୧ ପ୍ରତିଶତ ଦାରିଦ୍ର୍ୟ ହାର ଥିବାବେଳେ ୩୪ ଦଶମିକ ୩ ସହ ରାୟଗଡ଼ା ଦ୍ବିତୀୟରେ ରହୁଛି । ତା ପଛକୁ ପଛ ରହୁଛି କୋରାପୁଟ ଓ ନବରଙ୍ଗପୁର । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ବେଶ ଭଲରେ ଥିବା ବେଳେ ପୁରୀରେ ଦାରିଦ୍ର୍ୟ ହାର ସର୍ବନିମ୍ନ ୩ ଦଶମିକ ୨୯ ପ୍ରତିଶତ ରହିଛି । ରିପୋର୍ଟକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ନିର୍ଲଜ୍ଜତାର ବି ଗୋଟେ ସୀମା ଥାଏ କହି କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାହାସ୍ଫୋଟ ମାରିବା ଛାଡି ନୀତି ଆୟୋଗର ନିଜ ରିପୋର୍ଟ ନିଜେ ଦେଖନ୍ତୁ ବୋଲି କହିଛନ୍ତି । ସେପଟେ ବିଜେଡି କହିଛି ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ବହୁତ ପଦକ୍ଷେପ ନେଇଛି ।

ଏହାବି ପଢନ୍ତୁ- Niti Aayog Report: ଦେଶରେ କମିଛି ଦାରିଦ୍ର୍ୟ, ମାଲକାନଗିରିରେ ଗରିବୀ ହାର ସର୍ବାଧିକ

ବେସରମି କି ବି କୋଇ ହଦ୍ଦ ହୋତି ହୈ ? :- କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଦାରିଦ୍ର୍ୟ କମିବା ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାହାସ୍ଫୋଟ ମାରିବା ଛାଡନ୍ତୁ । ନୀତି ଆୟୋଗର ନିଜ ରିପୋର୍ଟ ନିଜେ ଦେଖନ୍ତୁ । ଓଡ଼ିଶାର କୃଷକଙ୍କର ହାରାହାରି ଆୟ କେତେ ? ମାସକୁ ୫୧୧୨ ଟଙ୍କା । ପ୍ରତ୍ୟେକ ଦିନକୁ କେତେ ପଡିଲା ? ଶ୍ରମିକଙ୍କ ହାରାହାରି ମଜୁରୀଠାରୁ ବି କମ କୃଷକଙ୍କ ମଜୁରୀ । ତାହାଲେ ଦାରିଦ୍ର୍ୟତା କମିଲା କେମିତି ? ଓଡିଶା ସରକାର କହିଛନ୍ତି କ୍ବିଣ୍ଟାଲ ଧାନ ଉତ୍ପାଦନ ପାଇଁ ୨୩୪୪ ଟଙ୍କା ଖର୍ଚ୍ଚ ହୁଏ । ଏହା ଆଜିର ନୁହେଁ ଆଗରେ ହିସାବ । ଏବେ ଆହୁରି ଅଧିକ ଖର୍ଚ୍ଚ ହେଉଥିବ । ତାହାଲେ ଚାଷୀର ଲାଭ ନା କ୍ଷତି ହେଉଛି ? ଯଦି କ୍ଷତି ହେଲା ସେମାନେ ଦାରିଦ୍ର୍ୟ ହେଲେ ନା ନାହିଁ ? ଓଡ଼ିଶା ସରକାର କହୁଛନ୍ତି SHG ମାନେ ନିଯୁକ୍ତି ପାଉଛନ୍ତି । ବେରୋଜଗାର ମୋଟେ ନାହିଁ । ଉର୍ଦ୍ଧ୍ବରେ ଏକ କଥା ଅଛି, ବେସରମି କି ବି କୋଇ ହଦ୍ଦ ହୋତି ହୈ । ଅର୍ଥାତ ନିର୍ଲଜ୍ଜତାର ବି ଗୋଟେ ସୀମା ଥାଏ ବୋଲି କହି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର ।

କେନ୍ଦ୍ରୀୟ ଯୋଜନା ପାଇଁ ଦାରିଦ୍ର୍ୟ କମିବା କହିବା ଭୁଲ :- ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଦାରିଦ୍ର୍ୟ ଦୂରୀକରଣ ରେ ଓଡିଶା ବହୁତ ପଦକ୍ଷେପ ନେଇଛି । ଯାହା ଦ୍ବାରା ଆମେ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ କରେଇଛୁ । ଉତ୍କଟ ଦାରିଦ୍ର୍ୟ ଉପରେ ଶକ୍ତ ପ୍ରହାର ହୋଇଛି । ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକେ ଉପରକୁ ଉଠିଛନ୍ତି । ନୀତି ଆୟୋଗ ରିପୋର୍ଟ ଓଡ଼ିଶାର ସଫଳତାକୁ ଦର୍ଶାଉଛି । ଦାରିଦ୍ର୍ୟ କମିବା ବେଳେ ସଂଖ୍ୟା ବା ସ୍ଥାନରେ କିଛିଟା ଉପର ତଳ ହେବ । କିନ୍ତୁ ଦାରିଦ୍ର୍ୟ ହ୍ରାସର ବେଗରେ ଶିଥିଳତା ଆସିନି । କେନ୍ଦ୍ରୀୟ ଯୋଜନା ପାଇଁ ଦାରିଦ୍ର୍ୟ କମିବା କହିବା ଭୁଲ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପୂର୍ବରୁ ଶତ ପ୍ରତିଶତ ଓ ୯୦/୧୦ ରେସିଓର ଯୋଜନାକୁ ୬୦/୪୦ କଲେ । ସବୁ ଯୋଜନାକୁ ୬୦/୪୦ କଲା ପରେ କେଉଁ ମୁହଁରେ ସେମାନେ କହୁଛନ୍ତି କେନ୍ଦ୍ରୀୟ ଯୋଜନା ପାଇଁ ଓଡ଼ିଶାର ଦାରିଦ୍ର୍ୟ କିମିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details