ଭୁବନେଶ୍ବର:ପୌରାଣିକ କଥାରେ ଅନେକ ନାରୀ ଶକ୍ତିର କାହାଣୀ ରହିଛି । ଭାରତ ଇତିହାସରେ ଥିବା ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଚରିତ୍ର ଅଛନ୍ତି । ସେମାନଙ୍କ କଥାକୁ ନୂଆପିଢି ପାଖରେ ପହଞ୍ଚାଇବାକୁ ହେବ । ଏନେଇ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେବାକୁ ହେବ । ଆମର ବିଶ୍ବ ବିଦ୍ୟାଳୟ ଗୁଡିକ ଉକ୍ତ ବିଷୟକୁ ଅନୁସନ୍ଧାନ କରି ବାଖ୍ୟା କରିବାର ଦାୟିତ୍ବ ନେଉ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ସାହିତ୍ୟିକା ପଦ୍ମଭୂଷଣ ଡକ୍ତର ପ୍ରତିଭା ରାୟଙ୍କ ଲିଖିତ ଉପନ୍ୟାସ ଯାଜ୍ଞସେନୀର ସଂସ୍କୃତ ଭାଷାର ଦ୍ବିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ ସଙ୍ଗୀତ ନାଟ୍ୟ ଏକାଡେମୀରେ ମିଳିତ ଉଦ୍ୟମରେ ଅନୁଷ୍ଠିତ ଦୁଇ ଦିବସୀୟ ଯାଜ୍ଞସେନୀ ଜାତୀୟ ସମ୍ମିଳନୀରେ ସେ ଆହୁରି କହିଛନ୍ତି,''ବର୍ତ୍ତମାନ ସମୟରେ ସଭ୍ୟତାକୁ ଉଜାଗର କରିବାକୁ ମାଆଙ୍କ ଉପରେ ଚର୍ଚ୍ଚା ଆବଶ୍ୟକ । ସ୍ରଷ୍ଟାଙ୍କୁ କେନ୍ଦ୍ରଙ୍କୁ ନଆଣିଲେ ସୃଷ୍ଟି ରହିପାରିବ ନାହିଁ । ସଭ୍ୟତା ସର୍ବତା ନାରୀଙ୍କୁ ସମ୍ମାନ ଦେବା ଶିଖାଇଛି । ଚିନ୍ତନ, ତର୍କ ଓ ଅନୁସନ୍ଧାନ ପାଇଁ ମାତୃଭାଷା ଅବଶ୍ୟାମ୍ଭବୀ । ଭାରତ ଇତିହାସରେ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଚରିତ୍ରଙ୍କୁ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେଉ । ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବ୍ୟାଖାନ କରିବା ପାଇଁ ଦାୟିତ୍ୱ ନେବାକୁ ହେବ । ଏହା ସହିତ ପୁସ୍ତକର ମୂଳ ଲେଖିକା ଓ ସଂସ୍କୃତ ଭାଷାରେ ଅନୁବାଦିତ କରିଥିବା ଲେଖକଙ୍କୁ ଧନ୍ୟବାଦ ।''
ସେ ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟ ଗୁଡିକ ଆମର ପୁରାତନ ସଭ୍ୟତା, ''ସମାଜର ପୁଞ୍ଜି ତଥା ଭାରତୀୟତାକୁ ବାଖ୍ୟାନ କରିବା ଦିଗରେ କାମ କରିବା ଆବଶ୍ୟକ । ଯେତେବେଳେ ଭାରତ ନିଜ ପୂର୍ବ ଗୌରବ ଆଧାରରେ ମହାଶକ୍ତି ହେବାକୁ ଯାଉଛି ଏବଂ ଜି-୨୦ର ପ୍ରେସିଡେନ୍ସି କରୁଛି । ସେଭଳି ସମୟରେ ମହିଳା ସଶକ୍ତିକରଣ ଉପରେ ଲଖିତ ତଥା ପାଠକୀୟ ଆଦୃତ ହୋଇଥିବା “ଯାଜ୍ଞସେନୀ”ର ଦ୍ୱିତୀୟ ସଂସ୍କୃତ ସଂସ୍କରଣ ଉନ୍ମୋଚିତ ହୋଇଛି । ପରିବର୍ତ୍ତନ, ବିଦ୍ରୋହ, ଅସହମତିର ଚରମ ଅଭିବ୍ୟକ୍ତି ଯାଜ୍ଞସେନୀ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଯାଜ୍ଞସେନୀ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ମହାଭାରତର ଦ୍ରୌପଦୀଙ୍କୁ ଏଥିରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ''