ଭୁବନେଶ୍ବର: ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ଜଳ ଯୋଗାଣ । ଭୁବନେଶ୍ୱରର ୬୭ ୱାର୍ଡ ସମେତ ପଞ୍ଚାୟତଗୁଡିକୁ ଏହି ଜଳ ଯୋଗାଣ ସୁବିଧା ମିଳିବ । ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟ ଜଳ ପାଇବେ ଭୁବନେଶ୍ବରବାସୀ । ସହରରେ ନିରବଚ୍ଛିନ୍ନ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ କଟକର ମୁଣ୍ଡୁଳିଠାରେ ୧୩୦ ଏମଏଲଡିର ଜଳ ବିଶୋଧନଗାର ନିର୍ମାଣ ହେବ । ଏଥିଲାଗି ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ କରାଯିବ । ଏହି ନିର୍ମାଣ କାମ ଦାୟିତ୍ବ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ନେଇଥିବା ବେଳେ ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।
ଏହି ପ୍ରକଳ୍ପ ୨୦୩୮ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପରିବାରକୁ ୨୪ ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମାନର ଜଳ ଯୋଗାଣରେ ସହାୟକ ହେବ । ୨୦୨୫ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୧୩୦ ଏମଏଲଡି ଡବ୍ଲ୍ୟୁଟିପି ନିର୍ମାଣ କରାଯିବ । ବ୍ୟବହୃତ ଜଳର ପୁନଃପ୍ରକ୍ରିୟାକରଣ ଓ ବାର୍ଜ୍ୟଜଳର ଉପଚାର କେନ୍ଦ୍ର ୩୦ ନିୟୁତ ଲିଟର କ୍ଷମତା ସମ୍ପନ୍ନ ଆରସିସି ୨ଟି ଚାମ୍ବର ବିଶିଷ୍ଟ ମୁଖ୍ୟ ସନ୍ତୁଳନ ଜଳ ଭଣ୍ଡାର ନିର୍ମାଣ ହେବ । ୧୯.୫ କିଲୋମିଟର ପର୍ଯ୍ୟନ୍ତ ୧୪୨୦ କୋଡିଏ ମିଲିମିଟର ସ୍ଵଚ୍ଛ ଜଳ ଯୋଗାଣ ପାଇପ ଯୋଗାଯିବ ।