ଖୋର୍ଦ୍ଧା: ବାତ୍ୟା 'ଫନି'ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରାୟ 70 କୋଟି ଟଙ୍କାର କ୍ଷୟକ୍ଷତି ସହିଛି। ଏହାର ଆକଳନକୁ ନେଇ ୟୁନାଇଟେଡ଼ ନେସନର ପ୍ରତିନିଧି ଡ଼.ଗୌରବ ଗୁପ୍ତାଙ୍କ ନେତୃତ୍ୱରେ ଦୁଇଜଣିଆ ଦଳ ଖୋର୍ଦ୍ଧାରେ ପହଞ୍ଚିଛନ୍ତି ।
ଫନିର କ୍ଷୟକ୍ଷତି ଆକଳନ କଲେ ୟୁଏନର ଦୁଇଜଣିଆ ଟିମ - KHURDHA
ଖୋର୍ଦ୍ଧାରେ ପହଞ୍ଚିଲେ ଦୁଇଜଣିଆ ଦଳ । ୟୁନାଇଟେଡ଼ ନେସନର(ୟୁଏନ) ପ୍ରତିନିଧି ଡ଼. ଗୌରବ ଗୁପ୍ତାଙ୍କ ନେତୃତ୍ୱରେ ତିନି ଜଣିଆ ଦଳ ଖୋର୍ଦ୍ଧାରେ ପହଞ୍ଚିଛନ୍ତି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କଲେ।
ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା
ଏହି ଦଳ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ମହାପାତ୍ର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି । ୟୁଏନର ଏହି ଦୁଇଜଣିଆ ପ୍ରତିନିଧି ଦଳ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି କ୍ଷୟକ୍ଷତି ଆକଳନ କରିବା ନେଇ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ