ଭୁବନେଶ୍ବର:ସମସ୍ତ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ୟୁଜି ପାଠ୍ୟକ୍ରମରେ ପ୍ରବେଶ ନେଇ ସିୟୁଇଟି ୟୁଜି ସ୍କୋରକୁ ଗ୍ରହଣ କରାଯିବ । ଏହା ସହ ସିୟୁଇଟି ସ୍କୋର ଆଧାରରେ ଛାତ୍ରଛାତ୍ରୀଙ୍କର ହେବ ଆଡମିଶନ। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀମାନେ ବେଶ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଇଛି । ଏହାସହ ଏକାଧିକ ପ୍ରବେଶ ପରୀକ୍ଷାରୁ ମୁକ୍ତି ପାଇପାରିବେ ବୋଲି ଜଣାପଡ଼ିଛି ।
ୟୁଜିସି ପକ୍ଷରୁ ଚିଠିରେ ଲେଖାଯାଇଛି ଯେ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ଡିମଡି ବିଶ୍ବବିଦ୍ୟାଳୟ ଓ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୟୁଜିସିର ଏହି ପଦକ୍ଷେପ ଦ୍ଵାରା ଛାତ୍ରଛାତ୍ରୀମାନେ ଅନେକ ଫଳପ୍ରଦ ହେବେ। ଅନେକ ସମୟରେ ଅଲଗା ଅଲଗା ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ସାମିଲ ହେବାରୁ ମୁକ୍ତି ପାଇପାରିବେ ଛାତ୍ରଛାତ୍ରୀ । ସିୟୁଇଟି ୟୁଜି ପରୀକ୍ଷା ଦ୍ବାରା ସାରା ଦେଶରେ ଯେକୌଣସି ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଭିନ୍ନ ବୋର୍ଡରୁ ସମାନ ସୁବିଧା ପାଇବା କ୍ଷେତ୍ରରେ ଛାତ୍ରଛାତ୍ରଙ୍କୁ ସହାୟତା ମିଳିବ ବୋଲି ଦର୍ଶାଇଛି ୟୁଜିସି।
ଏହା ବି ପଢନ୍ତୁ- ଜୟଙ୍କ ଇତିହାସ ଖୋଲିଲେ ସସ୍ମିତ, ବିଜେପିର କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି