ଓଡିଶା

odisha

ETV Bharat / state

ରାଗିଂକୁ ନେଇ UGCର କଡା ଚେତାବନୀ, କଲେଜର ଅଧ୍ୟକ୍ଷ ହେବେ ଉତ୍ତରଦାୟୀ - ragging

UGC to educational institutes: ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ରାଗିଂକୁ ନେଇ UGCର କଡା ଚେତାବନୀ । ଅତ୍ୟଧିକ ରାଗିଂ ପାଇଁ କଲେଜର ଅଧ୍ୟକ୍ଷ ହେବେ ଉତ୍ତରଦାୟୀ । ଅଧିକ ପଢନ୍ତୁ

UGC to educational institutes
UGC to educational institutes

By ETV Bharat Odisha Team

Published : Jan 8, 2024, 7:20 PM IST

ଭୁବନେଶ୍ବର: ରାଗିଂକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି)ର ପୁଣି କଡା ଚେତାବନୀ । ରାଗିଂ ରୋକିବା ପାଇଁ ନୂଆ ନିୟମାବଳୀ । ଯଦି ଅତ୍ୟାଧିକ ରାଗିଂ ହୁଏ ତେବେ ଏଥି ପାଇଁ କଲେଜର ଅଧ୍ୟକ୍ଷ ଏବଂ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରମାନେ ଉତ୍ତରଦାୟୀ ହେବେ । ଏହାସହ ଶିକ୍ଷାନୁଷ୍ଠାନଗୁଡିକରେ ଆଣ୍ଟି ରାଗିଂ ସେଲ୍ ଏବଂ ଆଣ୍ଟି ରାଗିଂ ସ୍କ୍ବାଡକୁ ଅଧିକ କାର୍ଯ୍ୟକ୍ଷମ କରିବାକୁ କହିଛି ୟୁଜିସି ।

ରାଗିଂ ଅପରାଧ ହୋଇଥିଲେ ସୁଦ୍ଧା ଏଥିରେ ରୋକ ଲାଗୁନି । ଅନେକ ସମୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ରାଗିଂ ଖବର ସାମ୍ନାକୁ ଆସୁଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ ମଧ୍ୟ କରୁଛି । ହେଲେ ନା ପଡୁଛି ପ୍ରଭାବ, ନା ଦେଖିବାକୁ ମିଳୁଛି ଉତ୍ତମ ଶୈକ୍ଷିକ ବାତାବରଣ । ନୂଆ କରି କଲେଜକୁ ଆସିଥିବା ଛାତ୍ରଛାତ୍ରଙ୍କୁ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ଯୋଗାଇବା ଲାଗି ୟୁଜିସି ପ୍ରସ୍ତୁତ କରିଛି ନିୟମାବଳୀ । ଏହି ନିୟମାବଳୀ ବାଧ୍ୟତାମୂଳକ ଏବଂ ମନିଟରିଂ ମେକାନିଜିମ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ।

ଏହା ବି ପଢନ୍ତୁ- ଜୁନିୟରଙ୍କ ନିଶ ଦାଢି କାଟିଦେଲେ ସିନିୟର, ପୁରୀ ପୋଲିସର ପଚରାଉଚରା

ୟୁଜିସିର କଡ଼ା ତାଗିଦ ଅନୁସାରେ ଏହି ନିୟମଗୁଡିକର ଯେକୌଣସି କ୍ଷେତ୍ରରେ ଗମ୍ଭୀର ଭାବରେ ଦେଖାଯିବ । ଯଦି କୌଣସି ଶିକ୍ଷାନୁଷ୍ଠାନ ରାଗିଂକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାରେ ବିଫଳ ହୁଏ କିମ୍ବା ଏହି ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରେ ନାହିଁ ତେବେ ୟୁଜିସି ଦ୍ଵାରା ଉକ୍ତ କଲେଜ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ । ତେବେ ବିଭିନ୍ନ ମହାବିଦ୍ୟାଳୟ କିମ୍ବା ବିଶ୍ଵବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣରେ ପ୍ରଚାର ଓ ସଚେତନତା କରିବା ଆବଶ୍ୟକ । ଯେପରିକି ଆଣ୍ଟି-ରାଗିଂ କମିଟି ଏବଂ ଆଣ୍ଟି-ରାଗିଂ ସ୍କ୍ବାଡର ଗଠନ, ଆଣ୍ଟି-ରାଗିଂ ସେଲ୍ ପ୍ରତିଷ୍ଠା, କଲେଜର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା, ଆଣ୍ଟି-ରାଗିଂ କର୍ମଶାଳା ଏବଂ ସେମିନାର ଆଦି ରହିଛି ।

ଏହାସହ ୟୁଜିସି ୱେବସାଇଟ୍ ଅପଡେଟ୍ କରିବା, ଛାତ୍ରଛାତ୍ରୀମାନଙ୍କ ସହିତ ନିୟମିତ କଥାବାର୍ତ୍ତା ଏବଂ ପରାମର୍ଶ, କଲେଜରେ ଛାତ୍ରଛାତ୍ରୀଙ୍କ ଅସୁବିଧାଗୁଡ଼ିକର ଚିହ୍ନଟ ଏବଂ ଶିକ୍ଷାନୁଷ୍ଠାନର ଇ-ପ୍ରୋସପେକ୍ଟସ୍ ଏବଂ ଆଣ୍ଟି-ରାଗିଂ ଚେତାବନୀ ବିଷୟରେ ଉଲ୍ଲେଖ କରାଯିବା ଆବଶ୍ୟକ । ଯେପରି ଭାବରେ ବୁକଲେଟ, ହଷ୍ଟେଲ, କ୍ୟାଣ୍ଟିନ, ବିଶ୍ରାମ କକ୍ଷ, ବସଷ୍ଟାଣ୍ଡ ଗୁଡିକର ଅଚାନକ ଭାବରେ ଯାଞ୍ଚ କରାଯିବା ଆବଶ୍ୟକ । ଏହାସହ ଆଡମିଶନ ସେଣ୍ଟର, ବିଭିନ୍ନ ବିଭାଗ, ଲାଇବ୍ରେରୀ, କ୍ୟାଣ୍ଟିନ, ହଷ୍ଟେଲ, କମନ ରୁମ୍ ଭଳି ସମସ୍ତ ପ୍ରମୁଖ ସ୍ଥାନରେ ଆଣ୍ଟି-ରାଗିଂ ପୋଷ୍ଟର ପ୍ରଦର୍ଶିତ ହେବା ଜରୁରୀ ।

ରାଗିଂ ସମ୍ବନ୍ଧୀୟ ଘଟଣା ଯୋଗୁଁ ମାନସିକ ସ୍ତରରେ ଥିବା ଛାତ୍ରଛାତ୍ରୀମାନେ ନ୍ୟାସନାଲ ଆଣ୍ଟି ରାଗିଂ ହେଲ୍ପଲାଇନକୁ 1800-180- 5522କୁ କଲ କରିପାରିବେ କିମ୍ବା antiragging.in ରେ ଇମେଲ କରିପାରିବେ। ଏହା ସହ କେବଳ ଜରୁରୀକାଳୀନ ପରିସ୍ଥିତିରେ 08826455807 ନମ୍ବର ଯୋଗାଯୋଗ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।


ତେବେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ଆଣ୍ଟି-ରାଗିଂ ମନିଟରିଂ କମିଟିର ନିର୍ଦ୍ଦେଶନାମା ଅନୁଯାୟୀ, ଉଚ୍ଚ ଶିକ୍ଷାନୁଷ୍ଠାନମାନେ ଏହି ସମସ୍ତ ନିୟମ ପାଳନ କରିବେ:-


1. ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ରାଗିଂକୁ ରୋକିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟ ଭଲ ସମ୍ବନ୍ଧ ରଖିବା ସହ ବିଭିନ୍ନ ଛାତ୍ର ନେତା ଦଳ ସହିତ ମଧ୍ୟ ଭଲ ବନ୍ଧୁତା ସ୍ଥାପନା କରିବା ଆବଶ୍ୟକ ।
2. ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଆଣ୍ଟି ରାଗିଂ ସେଲ୍ ଏବଂ ଆଣ୍ଟି ରାଗିଂ ସ୍କ୍ବାଡକୁ ଏକ ଗୁରୁତ୍ଵ ଭାବରେ କ୍ଷମତା ଦିଆଯିବା ଆବଶ୍ୟକ । ଯାହାଦ୍ୱାରା ରାଗିଂ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।
3. ଅତ୍ୟଧିକ ରାଗିଂ ଏବଂ ଆତ୍ମହତ୍ୟା ମାମଲା ପାଇଁ କଲେଜର ପ୍ରିନ୍ସିପାଲ୍ ଏବଂ ୟୁନିଭରସିଟିର ରେଜିଷ୍ଟ୍ରାରଙ୍କୁ ଡକାଯିବ । UGC ନିୟମାବଳୀ ପାଳନ ନକରିବାର କାରଣ ପାଇଁ ଜାତୀୟ ଆଣ୍ଟି-ରାଗିଂ ମନିଟରିଂ କମିଟି ନିକଟରେ ଉତ୍ତରଦାୟୀ ମଧ୍ୟ ହେବ ।
4. ଆଣ୍ଟି ରାଗିଂ ମନିଟରିଂ ଏଜେନ୍ସିକୁ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶରେ ଅଚାନକ ଭାବରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୟୁଜିସି ନିୟମାବଳୀର ୨ୟ ସଂଶୋଧନ ଆଇନ ଅନୁଯାୟୀ, ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ପ୍ରତ୍ୟେକ ଅଭିଭାବକ ମାନଙ୍କୁ www.antiragging.inରେ ପ୍ରତ୍ୟେକ ଶିକ୍ଷାବର୍ଷରେ ଏକ ଅନଲାଇନରେ ରାଗିଂକୁ ନେଇ ଆବେଦନ କରିବାକୁ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details